ଫୋକସ ପ୍ଲସ (ଚିଲିକା)୦୩/୦୭/୨୦୨୨: ପ୍ରେମ ରୁ ହୋଇଥିଲା ବିବାହ l ଯାଜପୁର ଜିଲ୍ଲା ର କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ୱାର୍ଡ ନମ୍ୱର ୪ ନୁଆହାଟ ଗାଆଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ମମତା ମଲିକ, ବୟସ ୨୪ ପ୍ରେମ କରିବସିଥିଲେ ପଡୋଶୀ ଘର ପୁଅ ରାଜେନ୍ଦ୍ର ମଲିକ(୨୭ )ଙ୍କୁ l ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାକୁ ଲାଗିଲା ଏବଂ ଦୁହେଁ ବିବାହ ପାଇଁ ନିଷ୍ପତି ନେଇଥିଲେ ବିବାହ ମଧ୍ୟ କରିଥିଲେ | କିନ୍ତୁ ବିବାହକୁ ନେଇ ପୁଅ ଘର କେହି ଖୁସି ନ ଥିଲେ l ତେଣୁ ସବୁବେଳେ ଶାଶୁ, ଶଶୁର, ନଣଦ ଙ୍କ ଦ୍ୱାରା ମାନସିକ, ଓ ଶାରୀରିକ ନିର୍ଯାତନା ର ଶିକାର ହୋଇଆସୁଥିଲେ |ଏପରିକି ଯୌତୁକ ନଆଣି ଥିବାରୁ ଶାଶୁ (କାମିନୀ ମଲିକ) ସଦାବେଳେ ଧମକ ଦେଉଥିଲେ , ଯଦି ଯୌତୁକ ଆଣିବୁ ଘରେ ରହିବୁ, ନଚେତ୍ ତୋତେ ଘରୁ ବାହାର କରିଦେବି l ମମତା ପ୍ରେମ ବିବାହ କରିଥିବାରୁ ବାପା ଘର କବାଟ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା | ତେଣୁ ସବୁ ନିର୍ଯାତନା, ଯନ୍ତ୍ରଣା କୁ ଚୁପଚାପ ସାହିଯାଉଥିଲେ ମମତା | ମମତା ଦୁଇଟି ସନ୍ତାନର ମା ତାଙ୍କର ୪ବର୍ଷ ର ଏକ ବିକଳାଙ୍ଗ ପୁଅ, ଓ ୧ ବର୍ଷ ର ଝିଅ l
ସ୍ଵାମୀ ରାଜେନ୍ଦ୍ର ମଲିକ ଚାକିରି ପାଇଁ ଚେନ୍ନଇ ରେ ରହୁଥିବା ବେଳେ ସୁଯୋଗ ପାଇ, ମମତା ର ଶାଶୁ ଶଶୁରଅନେକ ପ୍ରକାର ନିର୍ଯାତନା ଦେଉଥିଲେ l ହଠାତ ୧୮ତାରିଖ ରାତି ୧୧ ଟା ସମୟ ରେ ମମତା ଖୁବ୍ ଜୋର ରେ ଚିତ୍କାର କରୁଥିଲା ଓ ବଞ୍ଚାଅ ବଞ୍ଚାଅ ମାରିଦେଲେ ଏହା କହି ଖୁବ୍ ବଡ଼ ପାଟି କରୁଥିଲା ଏହା ଶୁଣି ପାଖ ପଡୋଶୀ ଲୋକେ ଦେଖିଥିଲେ ଯେ ମମତା ର ଶାଶୁ, କାମିନୀ ମଲିକ, ଓ ଶଶୁର, ବାବୁଲି ମଲିକ ନଣଦ, ପୂଜା ମଲିକ ସ୍ଵାମୀଅନନ୍ତ ମଲିକ, ଦୀୟର, ଅଜୟ ମଲିକ ପଡୋଶୀ ଙ୍କୁ ଦେଖି ବୋହୂକୁ ଗୁରୁତ୍ଵର ଅବସ୍ଥାରେ ଡାକ୍ତଖାନା କୁ ନେଇ ଯାଇଥିଲେ l ହେଲେ ଦୁର୍ଭାଗ୍ୟ କଥା ମମତା ର ସାଥ ଛାଡି ଦେଇଥିଲା l ଡାକ୍ତଖାନାରେ ତାକୁ ମୃତ ବୋଲି ଘୋଷଣା କରିଥିଲେ l କାରଣ କଣ ଥିଲା ସେଦିନ ରାତିର କଣ ମମତା ଆତ୍ମ ହତ୍ୟା କରିଥିଲା ନା ତାକୁ ମାରି ଦେଇ ଥିଲେ ତାହା ଜଣା ପଡି ନାହିଁ l ମମତାଙ୍କ ମୁଣ୍ଡ ରେ ଆଘାତ ଏବଂ ଆଖି ଓ ବେକ ତଳେ ଖଣ୍ଡିଆ ଚିହ୍ନ ଥିଲା, ବୋଲି କହିଛନ୍ତି ଗ୍ରାମବାସୀ l ଏନେଇ ମମତା ର ଭାଈ ମୋହନ ମଲିକ କୁଆଖିଆ ଥାନାରେ ଏତଲା ଦେଇଥିଲେ l ଏହି ଘଟଣାକୁ ୧୨ ଦିନ ହୋଇ ଯାଇ ଥଲି ମଧ୍ୟ କୁଆଖିଆ ପୋଲିସ ର କୌଣସି ଆସାମୀ କୁ ଗିରଫ କରି ନାହିଁ l ଏହି ମମତା ର ମରିବାକୁ ନେଇ ଗ୍ରାମ ବାସି ମଧ୍ୟ ଖୁବ୍ ନିନ୍ଦା କରିବା ସହ , କୁଆଖିଆ ପୋଲିସ କୁ ମଧ୍ୟ ନିନ୍ଦା କରିଛନ୍ତି l ଦେଖିବାକୁ ରହିଲା ମମତା ଙ୍କୁ କେବେ ମିଳିବ ନ୍ୟାୟ l