ଫୋକସ ପ୍ଲସ (ବାଲେଶ୍ୱର)୦୮/୦୭/୨୦୨୨: ବାଲେଶ୍ୱର ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ସ୍ଥାନୀୟ ହୋଟେଲ୍ ଯାଇକା ସମ୍ମିଳନୀ କକ୍ଷରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି, ଜିଲ୍ଲା ଯୁବ ବିଜେଡ଼ି ସଭାପିତି ତାପସ କୁମାର ପରିଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ତଥା ଅବକାରୀ ବିଭାଗର ମନ୍ତ୍ରୀ ଅସ୍ୱନି କୁମାର ପାତ୍ର ଯୋଗ ଦେଇ ଆଗାମୀ ବିଜେଡ଼ି ର 25 ତମ ପ୍ରତଷ୍ଠା ଦିବସ ର କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ବୈଠକ ରେ ଜିଲ୍ଲା ବିଜେଡ଼ି ସଭାପତି ଇଂ, ରବୀନ୍ଦ୍ର କୁମାର ଜେନା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ସୋର ବିଧାୟକ ପର୍ସୁ ରାମ ଧଡା, ବିଜୁ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁଭାଷିନୀ ଜେନା, ନୀଳଗିରି ଏନଏସି ଅଧକ୍ଷା ଅମ୍ବିକା ଦାସ, ତାପସ ପାଣିଗ୍ରାହି, ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସର ରେ ସମସ୍ତ ନବନିର୍ବାଚିତ ବ୍ଲକ, ମ୍ୟୁନିସିପାଲଟି ଅଧ୍ୟକ୍ଷ, ଅଧକ୍ଷା, ଙ୍କୁ ସମ୍ଭଧିନ୍ଧୀତ କରାଯାଇ ଥିଲା।
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |