ତୁଳସୀ ଗଣନାଟ୍ୟରେ କଳାକାର ଓ ମାଲିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରେ ନୂଆମୋଡ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ କଳାକାର ନରି ପଣ୍ଡା ଆଣିଲେ ସଙ୍ଗୀନ ଅଭିଯୋଗ । କହିଛନ୍ତି, ଅଭିନୟ କରିବାକୁ କଳାକାରଙ୍କ ସହ ଏଗ୍ରିମେଣ୍ଟ ହୋଇଛି । ଅଭିନୟ ନକଲେ କୋର୍ଟର ଆଶ୍ରୟ ନେବେ । ଅନ୍ୟପଟେ ପାର୍ଟି କ୍ୟାନସେଲ କରି ଅଗ୍ରୀମ ଫେରାଇ ନେବାକୁ ମାଲିକଙ୍କ ପାଖରେ ଅଡି ବସିଛନ୍ତି ଓଳାଶୁଣି ଯାତ୍ରା କମିଟିର କର୍ମକର୍ତ୍ତା ଓ ସଦସ୍ୟ ।
ତୁଳସୀ ଯାତ୍ରା ପାର୍ଟି ମାଲିକ ଅନନ୍ତ ଧଳ କହିଛନ୍ତି, ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ସହ ଆଗାମୀ ଯାତ୍ରା ସିଜନ ୨୦୨୫-୨୬ ପାଇଁ ୧୬ଲକ୍ଷ ଟଙ୍କାର ଏଗ୍ରିମେଣ୍ଟ ହୋଇଥିଲା । ନରି ପଣ୍ଡା ଦୁଇଟି ପର୍ଯ୍ୟାୟରେ ୧୦ଲକ୍ଷ ଟଙ୍କା ନେଇଥିଲେ । ଏବେ ଅଧାରୁ ଟଙ୍କା ଫେରାଇବା କଥା କହିଲେ କିଏ ଶୁଣିବ । କିଛି ବ୍ୟତିକ୍ରମ କଲେ କୋର୍ଟର ଆଶ୍ରୟ ନେବେ । ଆଉ ଅବଶିଷ୍ଟ ଟଙ୍କା ପାଇଁ ଗଣନାଟ୍ୟ ମାଲିକ ଫୋନ କରିଵାରୁ ସେ ଫୋନରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ । ପରେ ଟଙ୍କା ଫେରାଇବାକୁ ଯାଇଥିବା ବେଳେ ନରି ପଣ୍ଡାଙ୍କୁ ମାଲିକ ମାଡ଼ ମାରିଥିବା କହିଛନ୍ତି ।