ଯନ୍ତ୍ରଣା ସହି ନପାରି ଦଉଡି ଲଗାଇ ଆତ୍ମହତ୍ୟା କଲେ ଯୁବତୀ |

ଫୋକସ ପ୍ଲସ 13/12/2022(ଆଳି): ମୁଣ୍ଡରେ ଯନ୍ତ୍ରଣା ସହ୍ୟ କରିନପାରି ଯୁବତୀ କଲେ ଆତ୍ମହତ୍ୟା l ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗାଁ ରେ l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଳି ସିଙ୍ଗିରି ଗାଁ ର ସୁକାନ୍ତ ବେହେରା ଙ୍କ ଝିଅ ସ୍ନିଗ୍ଧା ବେହେରା ପୂର୍ବରୁ ମୁଣ୍ଡରେ ମାଡ଼ ହେଇଥିବାରୁ ସେ ଯନ୍ତ୍ରଣା କୁ ସହ୍ୟ ନ କରିପାରି ନିଜ ଶୋଇବା ଘରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଆଜି ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସବୁଠୁ ବଡ଼ କଥା ହେଲା ସ୍ନିଗ୍ଧା ମରିବା ପୂର୍ବରୁ ଏକ ସୁଈସାଇଡ଼ ନୋଟ ଲେଖିଦେଇ ଯାଇଛନ୍ତି l ଯେଉଁଥିରେ ଲେଖା ଅଛି ତାଙ୍କ ପଡୋଶୀ ଅକ୍ଷୟ ବେହେରା ଓ ଅମର ବେହରା ତାଙ୍କ ମୃତ୍ୟୁ ପାଇଁ ଦାୟୀ l 2020ଅପ୍ରେଲ ମାସରେ ଅଳିଆ ପକାଅଇବାକୁ ନେଇ ଅମର ବେହେରା ଓ ଅକ୍ଷୟ ବେହେରାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଯେଉଁ ଗଣ୍ଡଗୋଳରେ ଅକ୍ଷୟ ଓ ଅମରଙ୍କ ଆକ୍ରମଣରେ ସ୍ନିଗ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ଯାହାର ଯନ୍ତ୍ରଣା ତାଙ୍କୁ ଅଥୟ କରୁଥିବା ବେଳେ ପାରିବାରିକ ଅଭାବ ଅନାଟନ ବୋଝ ଉପରେ ଲଳିତା ବିଡା ସାଜିଥିଲା l ତେଣୁ ମୃତ୍ୟୁ ପୂର୍ବରୁ ସାନ ଭାଇକୁ ଘରର ଦାୟିତ୍ୱ ଦେଇ ସ୍ନିଗ୍ଧା ଆତ୍ମହତ୍ୟା କରିଥିବା ସୂଈସାଇଡ଼ ନୋଟରେ ଲେଖାହୋଇଛି l ତେବେ ଆଳି ପୋଲିସ ସ୍ନିଗ୍ଧା ଙ୍କ ମୃତ ଦେହ ସହିତ ସୂଈସାଇଡେଡ଼ ନୋଟକୁ ଜବତ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *