ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି : ହରଡ଼ଗଣାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି ଦେଖି ଛାତ୍ରଛାତ୍ରୀ ହରଡ଼ ଗଣାରେ ପଡ଼ିଛନ୍ତି । କାହାକୁ ପଢ଼ିବେ ନିଜ ପାଠ୍ୟକ୍ରମକୁ ନା ପ୍ରଶ୍ନପତ୍ର ନମୁନାକୁ ବୁଝି ପାରୁ ନାହାନ୍ତି ।

ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ । ପରୀକ୍ଷା(ଫେବୃୟାରୀ ୨୦ ତାରିଖ)ମାତ୍ର ଆଉ କେତେଟା ମାସ ପରେ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରୀଛାତ୍ର ଏବେ ମଝି ନଈର ଦୁଇ ନାଆରେ ଗୋଡ଼ ରଖି ଚିନ୍ତାରେ ।

କିଛି ଦିନ ପୂର୍ବେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୨୦୨୪ ରେ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ୭୧ ପୃଷ୍ଠା ବିଶିଷ୍ଟ ଏକ ଚଳିତ ବର୍ଷ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ସେ ନେଇ ଏକ ନମୁନା ସମସ୍ତ ବିଦ୍ୟାଳୟକୁ ପଠାଇବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ କିଛି ପ୍ରଶ୍ନ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ । ଯାହାକୁ ନେଇ ଏବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସହ ସମସ୍ତ ଶିକ୍ଷକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଯେଉଁ ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ ଏବଂ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଇନାହିଁ ତାକୁ ଛାତ୍ରଛାତ୍ରୀ କିପରି ଅଭ୍ୟାସ କରିବେ । ଉକ୍ତ ୭୧ ପୃଷ୍ଠାର ନମୁନାରେ ଇଂଲିଶ ବିଭାଗର ପ୍ରଶ୍ନ ନଂ ୧, ୪, ୫, ୬, ୭, ୨୦, ୨୧ ଏବଂ ୨୨ ଚଳିତ ବର୍ଷ ଇଂଲିଶ ପାଠ୍ୟକ୍ରମରେ ନାହିଁ । ଉକ୍ତ ଆଠଟି ପ୍ରଶ୍ନପତ୍ର କିଛି ବର୍ଷ ପୂର୍ବରୁ ପାଠ୍ୟକ୍ରମରେ ଥିଲା କିନ୍ତୁ ଏବେ ସେ ବିଷୟ ଆଉ ପଢ଼ାଯାଉନାହିଁ । ଏ

ହା ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟି ନା ଆଉ କିଛି ବୁଝାପଡୁନି । କିଏ ଏ ପ୍ରଶ୍ନପତ୍ର କରିଥିଲେ କାହିଁକି ଏଭଳି ତ୍ରୁଟି ହେଲା, କିଏ ଏଥିପାଇଁ ଦାୟୀ, କିଏ ଏଭଳି ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସାହସ କଲା ଏ ନେଇ ତୁରନ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟ କିମ୍ବା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦେବାକୁ ମାଧ୍ୟମିକ ଶିକ୍ଷକ ସଙ୍ଘର ନେତା ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ୱାଇଁ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ।

Leave a Reply

Your email address will not be published. Required fields are marked *