ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି ବୋଲି ପ୍ରଣବ ବଳବନ୍ତରାୟ ଅଭିଯୋଗ ଆଣିଛନ୍ତି। ପୁଲିସ ଉପସ୍ଥିତରେ ମୋ ଉପରେ ଆକ୍ରମଣ ହୋଇଛି। ଏ ଆକ୍ରମଣ ନେଇ ପୂର୍ବରୁ ଯୋଜନା ହୋଇଥିଲା। ଏ ନେଇ ମୁଁ ଏସିପିକୁ ଜଣାଇଥିଲେ। ହେଲେ ମୋତେ ସୁରକ୍ଷା ମିଳିଲା ନାହିଁ। ଯାଜପୁର ପୁଲିସ ଉପରେ ମୋର ବିଶ୍ୱାସ ନାହିଁ। ମୁଁ ଥାନାରେ ଏତଲା ଦେବି ନାହିଁ ବୋଲି ସେ କହିଛନ୍ତି।
ମୋ ନା କିଏ କାହିଁକି ନଉଛି ମୁଁ ଜାଣି ନାହିଁ:ହିମାଂଶୁ।
