ଫୋକସ ପ୍ଲସ 14/3/23(ବ୍ୟୁରୋ): ପ୍ରେମ ଦେଖିଲାନି ଶଙ୍ଖା ସିନ୍ଦୁର । ପ୍ରେମିକ ପାଇଁ ସ୍ୱାମୀକୁ ଭୁଲିଲା । ଯାହାକୁ ବେଦୀରେ ବସି ସାତଜନ୍ମ ପାଇଁ ସାଙ୍ଗରେ ରହିବ ବୋଲି କଥା ଦେଇଥିଲା ତାକୁ ଅଧାବାଟରେ ଛାଡିଚାଲିଗଲା । ସ୍ୱାମୀ କୁ ମେଡିକାଲ ପଠାଇ ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମୋହନପୁର ପଂଚାୟତ ର ଛମଉଜ ଗ୍ରାମରୁ ଆସିଛି ,ଭଳି ଘଟଣା । କୁଞ୍ଜବିହାରୀ ଦତ୍ତ ଙ୍କ ସହ ବାଲିଆପାଳ ଥାନା ସୁନାରୂଇ ଗ୍ରାମର ଦେବ କୁମାର ରଣଜିତ ଙ୍କ ଝିଅ ଦୀପିକା ରାଣୀ ଙ୍କ ସହ ୨୦୨୦ ମସିହା ରେ ବୈଦିକ ରୀତି ନୀତି ଅନୁସାରେ ବାହାଘର ହୋଇଥିଲା. ଉଭୟ ଙ୍କ ର ୧୩ ମାସ ର ଶିଶୁ କନ୍ୟା ରହିଛି. ସ୍ତ୍ରୀ ର ଖୁସି ପାଇଁ ସ୍ୱାମୀ ବିଭିନ୍ନ ଅଳଙ୍କାର ସହ ସ୍କୁଟି ଗାଡି ଟିଏ ମଧ୍ୟ କିଣି ଦେଇଛନ୍ତି. ତେବେ ଗତ ଦୁଇଦିନ ତଳେ କୁଞ୍ଜବିହାରୀ ଙ୍କ ଦେହ ଅସୁସ୍ଥ ହେବାରୁ କଟକ ମେଡିକାଲ କୁ ଯିବାପାଇଁ ସ୍ତ୍ରୀ ଦୀପିକାରାଣୀ ନିଜର ସ୍କୁଟି ରେ ସ୍ୱାମୀ କୁ ବସାଇ ଜଳେଶ୍ୱର ଷ୍ଟେସନ ରେ ଛାଡିଥିଲେ. ସ୍ୱାମୀ କୁ ମେଡିକାଲ ପଠାଇ ଦୀପିକାରାଣୀ ଆଉ ଘର କୁ ଫେରି ନ ଥିଲେ । ତେବେ ପରିବାର ପକ୍ଷ ରୁ ଦୁଇ ଦିନ ଧରି ଅନେକ ଖୋଜା ଖୋଜି କରିବା ପରେ, ପାଇନଥିଲେ । ଗତକାଲ ଦୀପିକାରାଣୀ ଫୋନ ରିସିଭ କରି ସେ ଅନ୍ୟ ଜଣେ ଯୁବକ କୁ ବାହା ହୋଇଥିବା ପ୍ରକାଶ କରିଥିଲେ. ତେବେ ସ୍ୱାମୀ କୁଞ୍ଜବିହାରୀ ଭୁବନେଶ୍ୱର ନୀଳାଚଳ ହସ୍ପିଟାଲ ରେ ଅପରେସନ ପାଇଁ ଆଡ଼ମିସନ ହୋଇ ସ୍ତ୍ରୀ ସହିତ ଫୋନ ରେ ଯୋଗାଯୋଗ କରି ନେହୁରା ହୋଇ ନିରାଶ ହୋଇ ଥିଲେ. ବାଲିଆପାଳ ରୁ ବାପା ମା ମଧ୍ୟ ଫୋନ ରେ ଅନ୍ୟତ୍ର ବାହା ନହେବାକୁ ପରାମର୍ଶ ଦେଇ ଥିଲେ ମଧ୍ୟ, ପ୍ରେମିକ ପାଇଁ ପାଗଳ ହୋଇଥିଲେ ଦୀପିକା. ତେବେ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ଦୀପିକାରାଣୀ କୁ ବହୁ ଖୋଜାଖୋଜି କଲା ପରେ ଜଳେଶ୍ୱର ସ୍ଥିତ ଅନୁକୂଳ ମନ୍ଦିର ପାଖା ପାଖି ଥିବା ଜାଣିବାକୁ ପାଇ ସେଠାରେ ଉଭୟ ପ୍ରେମିକ ଓ ପ୍ରେମିକା କୁ ଉଦ୍ଧାର କରି ଆଇନ ସମ୍ମତ ବାହାଘର କରାଯାଇଥିଲା. ଯାହାକୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି ।
ମେଡିକାଲ ବେଡ଼ରେ ସ୍ୱାମୀ, ସ୍ତ୍ରୀ ପିନ୍ଧୁଛି ପ୍ରେମିକ ହାତରୁ ସିନ୍ଦୂର
