ମୃତ ଅର୍ଜିତଙ୍କ ବାପାଙ୍କୁ ଭେଟିଲେ ବିଧାୟକ ହିମାଂଶୁ

ଯାଜପୁର ଜିଲ୍ଲା ରାହାଡ଼ପୁର ଅଞ୍ଚଳ ରେ ପଦ୍ମାବତୀ କ୍ରସର ରେ ଓଜନ କଣ୍ଟା ଦାୟିତ୍ଵରେ କାର୍ଯ୍ୟ କରୁଥିବା ଅର୍ଜିତ ଜେନାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା । ଗତକାଲି ମୃତ ଅର୍ଜିତଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ମୃତ ଅର୍ଜିତଙ୍କ ବାପାଙ୍କୁ ଭେଟି ଶୋକ ପ୍ରକାଶ କରିବା ପରେ ହିମାଂଶୁ କହିଛନ୍ତି ଏହା ଏକ ସମ୍ବେଦନଶୀଳ ଘଟଣା ଯାହା ସମସ୍ତ ଧର୍ମଶାଳାବାସୀଙ୍କୁ ମର୍ମାହତ କରିଛି । ମୁଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛି । ଦୋଷୀ ଯିଏ ବି ହୋଇଥାଉ ନା କାହିଁକି ତାକୁ ଦଣ୍ଡବିଧାନ କରାଯିବ । ମୋହନ ମାଝୀଙ୍କ ସରକାର ଅପରାଧୀଙ୍କ ଦୋଷ ବିଧାନ କରିବ ତେଣୁ ଆପଣ ମାନେ ସମସ୍ତେ ଆଇନ ଉପରେ ବିଶ୍ବାସ ରଖନ୍ତୁ । ଯିଏ ବି ଦୋଷୀ ତାଙ୍କୁ ନିଶ୍ଚିତ ଭାବରେ ଦଣ୍ଡିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ହିମାଂଶୁ ।

Leave a Reply

Your email address will not be published. Required fields are marked *