ଫୋକସ ପ୍ଲସ (ଛତ୍ରପୁର) ୦୮/୦୭/୨୦୨୨: ଛତ୍ରପୁର ବ୍ଲକ ଅନ୍ତ୍ରଗତ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୩୦ ମିନିଟ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ବେହାଲ ହୋଇଥିବା ବେଳେ । ଗାଁ ପାଣି, ଡ୍ରେନ ପାଣି, ପାହାଡ଼ରୁ ଧସେଇ ଆସି ପାଣି ସିଧାସଳଖ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି। ସୂଚନା ମୁତବକ ମେଡ଼ିକାଲ ନିକଟରେ ଏକ ଖାଲ ଜାଗା ଥିଲା ସେଠାକୁ ଏକ ଗଳା ଶଙ୍ଖ ସଂଯୋଗ ଥିଲା, କିନ୍ତୁ ଅତି ନିକଟରେ ତା’ କୁ ପୋତା ଯିବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ରହିଥିବା ଆଉଟ ଡୋର ମଧ୍ୟରେ ପାଣିପଶି ସ୍ୱାସ୍ଥ୍ୟକେନ୍ଦ୍ରର ର ଅବସ୍ତା ଶୋଚନୀୟ ହୋଇଥିବା ବେଳେ ରୋଗୀ ସେବାରେ ବାଦ୍ଧା ସୃଷ୍ଟି ହୋଇଛି | ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ସମସ୍ତ ସରକାରୀ ବାସଭବନରେ ପାଣି ତିନିପୁଟ ଲେଖାଏ ଫୁଲ୍ ହୋଇଥିବା ବେଳେ ୧୫ ରୁ ଉଦ୍ଧ ପରିବାର କୁ ଅସୁବିଧାର ସମୁଖୀନ ହେବାକୁ ପଡିଛି | ଆଗାମୀ ଦିନରେ ଅଧିକ ବର୍ଷା ରହିଥିବା ହେତୁ ସ୍ୱାସ୍ଥ୍ୟକେନ୍ଦ୍ରର ଡ୍ରେନ ସମସ୍ୟା ତୁରନ୍ତ ଦୁରକରି ବାକୁ ସ୍ଥାନୀୟ ଲୋକମାନେ ସାଧାରଣରେ ଦାବିକରିଛନ୍ତି |
ଛତ୍ରପୁର ରୁ ରବୀନ୍ଦ୍ର ନାହାକ ଙ୍କ ରିପୋର୍ଟ ଫୋକସ୍ ପ୍ଲସ।