ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ସରପଞ୍ଚ ଠାରୁ ସ୍ଥାନୀୟ ପ୍ରଶାସନ ଚୁପ୍

ଫୋକସ ପ୍ଲସ (କୋଣାର୍କ)୨୭/୦୭/୨୦୨୨: କେନ୍ଦ୍ର ଠାରୁ ରାଜ୍ୟ ସରକାର ସବୁ ସମୟରେ ଗରିବ ଲୋକମାନଙ୍କ ପାଇଁ କୂମ୍ଭୀର କାନ୍ଦଣା ପରିକା କାନ୍ଦୁଥିବା ବେଳେ।ତେଲିଆ ମୁଣ୍ଡେ ତେଲ ପରି ଫାଇଦା ମାରୁଛନ୍ତି ବଡ ବଡିଆ ଲୋକେ। ଏପରି ଦାରୁଣ ଦୁଃଖଭରା ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଦେସ୍ଥଳୀ ପଞ୍ଚାୟତ ର ଦୂର୍ଗେଶ୍ୱର ଗ୍ରାମର ଗରିବ ନିରୀହ ବିଧବା ମହିଳା ସଲିଳା ରାୟ ଙ୍କ ର ଦୁଃଖ ଭରା ଦୃଶ୍ୟ। ଏ ଦୃଶ୍ୟ ବଖାଣୁଛି କେତେ ଯେ କଷ୍ଟରେ ନିଜର ଜୀବନ ବିତାଉଛନ୍ତି ସେହି ନିରୀହ ବିଧବା ମହିଳା ଜଣକ ସୂଚନା ଥାଉକି ଲଘୁଚାପ ବର୍ଷା ଯୋଗୁଁ ଦୁଇ ଦୁଇଟି ଘରର ମାଟିକାନ୍ଥ ପାଣିରେ ଭିଜି ଚତୃପାର୍ଶ୍ଵ ରେ ଫାଟ ହେବା ସହ ମାଟି ଅତଡା ଖସିବା ଦେଖିବାକୁ ମିଳିଛି ।ଘରର ଭଙ୍ଗା କାନ୍ଥରେ ସାପ କାତି ଛଡାଇଥିବା ମଧ୍ୟ ଦେଖିବାକୁ ମିଳିଛି। ସରକାରୀ ସାହର୍ଯ୍ୟ କହିଲେ କେବଳ ରାସନ କାର୍ଡରେ ଚାଉଳ ଓ ବିଧବା ଭତ୍ତା ଛଡା ଆଉକିଛି ନାହିଁ। ଏ ନେଇ ସରପଞ୍ଚ ଠାରୁ ଆରମ୍ଭ କରି ଗୋପ ବିଡ଼ିଓ, ତହସିଲଦାର ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ବିପଦ ମୁଖା ଅଧା ଭଙ୍ଗା ଘରେ ଜୀବନ କାଟୁଛନ୍ତି ସଲିଳା ରାୟ। ଯାହାକି ଦୁଖଭରା କଣ୍ଠରେ ବଖାଣିଛନ୍ତି ନିଜ କାହାଣୀ ।ସେପଟେ ଗ୍ରାମବାସୀ ସଲିଳା ରାୟଙ୍କ ପାଇଁ ସରକାରଙ୍କୁ ସାହାର୍ଯ୍ୟ କରିବାକୁ କରୁଛନ୍ତି ଆବେଦନ।

ଗୋଟିଏ ପଟେ ସମସ୍ତ ସରକାରୀ ଯୋଜନା ବାଟମାରଣା ହେଉଥିବା ବେଳେ ଅନ୍ୟ ପଟେ ଗରିବ ଲୋକମାନଙ୍କ କଥା ବୁଝୁଛି କିଏ ? ଯେପରି ସମସ୍ତ ସରକାରୀ ଯୋଜନା କେବଳ ବଡବଡିଆଙ୍କ ପାଇଁ କରୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର।ଏଠି ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଲିଳା ରାୟଙ୍କ ପାଇଁ ସାତସପନ ପାଲଟିଥିବା ଦେଖିବାକୁ ମିଳିଛି। ଯାହାକି ଏପରି ଦୁଃଖଭରା ଘଟଣା କୁ ଆଖିରେ ଦେଖିଲେ ହିଁ ଗରିବ ମାନଙ୍କ ପାଇଁ ସରକାର ଙ୍କ ପରିବା ପଣିଆ ବୟାନ କରୁଥିବା ଦେଖିବାକୁ ମିଳିଛି।
ଏ ନେଇ ଆମେ ଗୋପ ବିଡ଼ିଓ ଙ୍କୁ ଯୋଗାଯୋଗ କରିବା ପରେ ସେ କୁହନ୍ତି, ଏପରି ଅଭିଯୋଗ ଆପଣମାନଙ୍କ ଠାରୁ ମୁଁ ଯାଣିବାକୁ ପାଉଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଲେ ମୁଁ ଯୋଗାଇ ଦେବା ସହ ସରପଞ୍ଚ ଙ୍କୁ କହି ଜରୁରୀ କାଳିନରେ କିଛି ସାହାର୍ଯ୍ୟ କରିବାକୁ ଚେଷ୍ଟା କରିବି। ଅପରପକ୍ଷରେ ଆମେ ଗୋପ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲୁ। ସେ ସିଧାସଳଖ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ନ ଦେଇ ତୁରନ୍ତ ଦେସ୍ଥଳୀ ସରପଞ୍ଚ ଙ୍କ ପ୍ରତିନିଧି ସହ ଯୋଗାଯୋଗ କରି କହିଥିବା ବେଳେ ସ୍ଥାନୀୟ R:I ଙ୍କୁ ସାଳିଳା ଘର କୁ ପଠାଇବା ପାଇଁ ଅତିରିକ୍ତ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେବି କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନଥିବା ବେଳେ , ଉକ୍ତ ପଞ୍ଚାୟତ ର ସରପଞ୍ଚ ସବୁବେଳେ ଭୂବନେଶ୍ୱର ରେ ରହୁଥିବା ବେଳେ ଯଦିଓ ଏହି ବିଧବା ମହିଳାଙ୍କ କିଛି ଅଘଟଣ ହୁଏ ଏଥି ପାଇଁ ଦାୟୀ ସ୍ଥାନୀୟ ପ୍ରଶାସନ ନା ସରପଞ୍ଚ କୁହନ୍ତି ଗ୍ରାମବାସୀ । ଦେଖିବାକୁ ବାକି ରହିଲା ବିଧବା ମହିଳା ସଲିଳା ରାୟ ଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ବା ସରପଞ୍ଚ କିପରି ସୁରକ୍ଷା ଯୋଗାଉଛନ୍ତି। ନା ଗୋପ ବିଡ଼ିଓ ଦେଇଥିବା କଥା କଥାରେ ରହି ଯାଉଛି।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *