ଫୋକସ ପ୍ଲସ(ମାଲକାନଗିରି)୨୩/୦୮/୨୦୨୨: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ଆଜି ରାଜ୍ୟ ସ୍ବତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି ଗସ୍ତ କରିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଏଲଏସର ମେମ୍ବର ମାନେ ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଏବଂ ଦୁଇଟି ଲେଖାଏଁ ପିଏସସିକୁ ଭିଜିଟ କରିଥିଲେ। ତା ମଧ୍ୟରେ କେତେଗୁଡ଼ିଏ ଦୋଷ ତୃଟି ଦେଖିଥିଲେ, ସେସବୁ ସ୍ବାସ୍ଥ୍ୟସେବା ଓ ସୁବିଧା ଜନସାଧାରଣଙ୍କୁ ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଉଛି।ସାରା ରାଜ୍ୟରେ ବରିଷ୍ଠ ଅଧିକାରୀ ଜଣେ , ଏନଏଚଏମର ଜଣେ ଏବଂ କଫସ୍ବାସ୍ଥ୍ୟ ନିର୍ଦେଶାଳୟରୁ ଜଣଙ୍କୁ ନେଇ ୩୦ ଟି କ୍ରାକ ଟିମ୍ ଗଠନ କରାଯାଇଥିଲା ।ଡିଏଲଏସ ଯେଉଁ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ କେଉଁ କେଉଁ ସୁବିଧାକୁ ଆହୁରି ଉନ୍ନତ ଭାବେ ଦେଇହବ।ଯାହା ଫଳରେ ଜନସାଧାରଣଙ୍କୁ ଭଲ ସେବା ଯୋଗାଇ ହବ। ତାଛଡା ବ୍ୟକ୍ତିଗତ ଭାବେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି କି କି ଦୋଷ ତୃଟି ରହିଛି ଏବଂ କେଉଁ ଗୁଡ଼ିକ ସୁଧାରି ହବ ତା ଉପରେ ଏକ ରିପୋର୍ଟ କରି ମାନ୍ୟବର ହାଇକୋର୍ଟଙ୍କୁ ପ୍ରଦାନ କରିବୁ।
ମାଲକାନଗିରି ରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।