ମିଳିତ ସହାୟତାରେ ଓଡ଼ଗାଁ ପୋଲିସକୁ ସଫଳତା

ଫୋକସ ପ୍ଲସ (ନୟାଗଡ଼)୨୫/୦୭/୨୦୨୨: ଦିନକୁ ଦିନ ବଢ଼ି ଚାଲିଛି ବନ୍ୟ ଜନ୍ତୁ ଶିକାର. ନିରୀହ ଯିବ ଜନ୍ତୁ ଙ୍କୁ ଶିକାର କରି ନିଜ ପେସା କରିବାରେ ଲାଗିପଡ଼ିଛି ଏ ମଣିଷ ସମାଜ |

ଆଜି ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା | ଆମେ କହୁଛୁ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମ ର କାଳୁ ନାୟକ ପିତା -ଧୋବା ନାୟକ ଙ୍କ କଥା I ବନ୍ୟ ଜନ୍ତୁ ଙ୍କୁ ଶିକାର କରି ନିଜ ପେସା ବନାଉଥିବା କାଳୁ ନାୟକ ଆଜି କୁରାଳ ଗ୍ରାମରେ ହରିଣ ମାଂସ ବିକୁଥିବାର ଖବର ପାଇ, ଓଡ଼ଗାଁ ଆଦର୍ଶ ଥାନା ଅଧୀନରେ ଥିବା କୁରାଳ ଫାଣ୍ଡି ର ଭାରପ୍ରାପ୍ତ ଅଧିକାରୀ କନେଷ୍ଟବଳ ସୁବାଷ ଚନ୍ଦ୍ର ଦଳେଇ ଚଢ଼ାଉ କରି, ହରିଣ ମାଂସ ଜବତ କରିବା ସହ, ଓଡ଼ଗାଁ ଥାନାରେ ଜଣାଇବା ପରେ ଓଡ଼ଗାଁ ଥାନା ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ଘଟଣା ସ୍ଥାନରେ ପହଂଚି ୩୦କିଲୋ ହରିଣ ମାଂସ ସହ ଅଭିଯୁକ୍ତ କାଳୁ ନାୟକ କୁ ବନବିଭାଗ କୁ ହସ୍ତାନ୍ତର କୁ ଆଣି, ଅଭିଯୁକ୍ତ ନାମରେ ମାମଲା ରୁଜୁ କରିଥିଲେ |ପୁର୍ବରୁ ଓଡଗାଁ ବନବିଭାଗ ଅଧିକାରୀ ସନାତନ ସ୍ୱାଇଁ ଙ୍କ ସହାୟତା ରେ ୫କିଲୋ ଗଞ୍ଜେଇ ଜବତ କରି ଓଡ଼ଗାଁ ପୋଲିସ କୁ ଆଉ ଏକ ସଫଳତା ଆଣିଦେଇଥିଲେ Iଲଗାତାର ଏଭଳି ପୋଲିସ ଆଉ ବନ ବିଭାଗ ର ମିଳିତ ସହାୟତା ସଫଳତା ପାଇଁ ଓଡ଼ଗାଁ ପୋଲିସ ଏବଂ ବନ ବିଭାଗ ଏବେ ଚର୍ଚ୍ଚା ରେ I ତେବେ ଦେଖିବାକୁ ବାକି ରହିଲା ଏଭଳି ମିଳିତ ସହାୟତା ରେ ଆଗ କୁ କଣ କଣ ସଫଳତା ମିଲୁଛି |

ନୟାଗଡ଼ ଓଡ଼ଗାଁ ରୁ କାହ୍ନୁ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *