ମାନସିକ ସ୍ଥିରତା ପାଇଁ ଯୋଗ ଅପରିହାର୍ଯ୍ଯ

ଫୋକସ ପ୍ଲସ(ବ୍ରହ୍ମପୁର)୧୬/୦୮/୨୦୨୨: ସ୍ବାଧୀନତା ଦିବସର ଅମ୍ରୁତ ମହୋତ୍ସବ ପାଳନ ଅବସରରେ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଞ୍ଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ପୌରହିତ୍ୟରେ “ପରିଣତ ବୟସରେ ମାନସିକ ସ୍ଥିରତା” ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ଦିବା ଘ ୧୧-୩୦ ମି ରେ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟ ଆଲୋଚକ ରୂପେ ବିଶିଷ୍ଟ ମନୁ ସ୍ମ୍ରୁତି ଗବେଷକ ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନ ପ୍ରଫେସର ଡଃ ସଚ୍ଚିଦାନନ୍ଦ ପାଢ଼ୀ ଉପସ୍ଥିତ ରହି ମନ, ଚିତ୍ତ, ବିବେକର ସନ୍ତୁଳନର ବୈଜ୍ଞାନିକ ତଥ୍ୟ ଉପରେ ଆଲୋକପାତ କରିବା ସହ ପରିଣତ ବୟସରେ ମାନସିକ ସ୍ଥିରତା ପାଇଁ ଯୋଗର ଏକ ମାତ୍ର ଉପାୟ ପ୍ରାଣାୟାମ ଉପରେ ଗୁରୁତ୍ବାରୋପ କରିଥିଲେ । ଆଲୋଚନା ଚକ୍ରରେ ସର୍ବଶ୍ରୀ ପ୍ରମୋଦ କୁମାର ମିଶ୍ର, ଶିବରାମ ପାଣିଗ୍ରାହି, ସୀତାରାମ ତ୍ରିପାଠୀ,ରବୀନ୍ଦ୍ର ନାଥ ତ୍ରିପାଠୀ ପ୍ରମୂଖ ଅଂଶ ଗ୍ରହଣ କରିଥିବା ବେଳେ ସୂର୍ଯ୍ଯ ନାରାୟଣ ମହାନ୍ତି, କେ କ୍ରିଷ୍ଣା ରାଓ, ବି. ମାର୍କଣ୍ତେଶ୍ବର ରାଓ, ଅଭିମନ୍ୟୁ ମହାନ୍ତି, ବିଭୂତି ଭୂଷଣ ବେହେରା, ବିଶ୍ବନାଥ ପଣ୍ତା, ରବିନ୍ଦ୍ର ନାହାକ, ସିମାଞ୍ଚଳ ପଣ୍ତା, ଗୌରାଙ୍ଗ ପାଣିଗ୍ରାହିଙ୍କ ସମେତ ପ୍ରାୟ ଅର୍ଦ୍ଧଶତାଧିକ ସଭ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥଲେ ।

ବ୍ରହ୍ମପୁରରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *