ଫୋକସ ପ୍ଲସ(ଧର୍ମଗଡ଼)୦୯/୦୯/୨୦୨୨: ଫୋଟୋ ଚିତ୍ର ମାଧ୍ୟମରେ କିପରି ଛାତ୍ରଛାତ୍ରୀ ଙ୍କ ମାନସିକ ବିକାଶ ସହିତ ଶିକ୍ଷା ର ବିକାଶ ହୋଇପାରିବ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଗଲା l ଏହି ଫାଉଣ୍ଡେସନ ର ମୁଖ୍ୟ ଉଦେଶ୍ୟ ହେଲା ସ୍କୁଲ ଗୁଡିକରେ ଫୋଟୋ ଚିତ୍ର ଗୁଡିକ କରି ତଥା ୱାଲ ପେଣ୍ଟିଙ୍ଗ, ଫ୍ଲୋର ପେଣ୍ଟିଙ୍ଗ ମାଧ୍ୟମରେ ରେ ଛାତ୍ରଛାତ୍ରୀ ମାନେ ସହଜରେ ବୁଝି ପରିବେ ଏବଂ ତାଙ୍କ ର ମାନସିକ ବିକାଶ ସହିତ ଶିକ୍ଷା ର ବିକାଶ କରଯାଇ ପରିବା l ସ୍କୁଲ ରେ ବିଭିନ୍ନ ପେଣ୍ଟିଙ୍ଗ କରିବା ଦ୍ଵାରା ସ୍କୁଲ ପରିବେଶ ଅଧିକ ସନ୍ଦର୍ଯ୍ୟ ହେବା ଫଳରେ ଛାତ୍ରଛାତ୍ରୀ ମାନେ ଆକୃଷ୍ଠ ହୋଇ ସ୍କୁଲ ମୁହାଁ ହେବେ l ଏବଂ ସ୍କୁଲ ଗୁଡିକ ରେ ମଧ୍ୟାହ୍ନ ଭୋଜନ ରେ ପୌଷ୍ଟିକ ଆହାର ସାମିଲ କରିବା ଲକ୍ଷରେ ପୌଷଣ ବାଟିକା କରିବା ପାଇଁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାୱାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ପରିଦର୍ଶନ କରିବା ସହିତ କାନ୍ଥ ରେ ହୋଇଥିବା ପେଣ୍ଟିଙ୍ଗ ଗୁଡିକୁ ଦେଖିଥିଲେ l ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନେ ସହଜ ରେ ଅଧିକ ଶିଖିପାରିବେ ଏବଂ ମାନସିକ ବିକାଶ ସହିତ ଶିକ୍ଷା ର ବିକାଶ ହେବା ବୋଲି ଉପଜିଲ୍ଲାପାଳ କହିଥିଲେ l କୌଶଳ ଏଜୁକେଶନ ଫାଉଣ୍ଡେସନ ଏବଂ ବଗାଡ଼ ସ୍କୁଲ ର ମିଳିତ ବିଦ୍ୟମ ରେ ହୋଇ ଥିବା ସଚେତନ କାର୍ଯ୍ୟକ୍ରମ ରେ ରାଜ୍ୟ ଶିକ୍ଷକ ସାଙ୍ଗ ସମ୍ପାଦକ ବଙ୍କିମ ସାଗର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବେଳେ ବଗାଡ଼ ପଞ୍ଚାୟତ ସରପଞ୍ଚ ତଥା ଅନେକ ଶିକ୍ଷକ ମାନେ ଯୋଗଦେଇଥିଲେ ।
ମାନସିକ ବିକାଶ ପାଇଁ ସ୍କୁଲ ରେ ସଚେତନତା କାର୍ଯ୍ୟକ୍ରମ
