ଫୋକସ ପ୍ଲସ(ସୁବର୍ଣ୍ଣପୁର)୨୮/୦୮/୨୦୨୨: ଆଜି ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ କୂଳିଆ ମବିଭିନ୍ନ ଗାଁ ଏଥର ମହାନଦୀରେ ବନ୍ୟାପାଣି ସାତ ଆଠ ଦିନ ଧରି କୂଳ ଲଙ୍ଘି ରହିଥିବା ବେଳେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମହାନଦୀ କୂଳିଆ ମତ୍ସଜିବୀମାନେ ।ଏମାନେ ମହାନଦୀରୁ ମାଛ ମାରି ନିଜର ଜୀବିକା ନିର୍ବାହ କରୁଥିବା ବେଳେ ବନ୍ୟାରେ ଏମାନଙ୍କ ଜାଲ, ଡଙ୍ଗା ଆଦି କ୍ଷତିଗ୍ରସ୍ତ ହୋଇଛି ।ଫଳରେ ଏମାନେ ଜୀବିକା ହରାଇ ବସିଛନ୍ତି । ବନ୍ୟା ସମୟରେ ସରକାରୀ ଅଧିକାରୀମାନଙ୍କୁ ଗୁହାରୀ କରିଥିଲେ ଏମାନଙ୍କୁ କେହି ସହାୟତାର ହାତ ବଢାଇ ନାହାନ୍ତି । ଫଳରେ ଆଜି ନିମ୍ନା, ଦଶରାଜପୁର , ବିଜେପୁର ଆଦି ଗାଁର ଶତାଧୀକ ମତ୍ସଜିବୀ ସଦର ମହକୁମାରେ ଥିବା ଜିଲ୍ଲା ମତ୍ସ ଅଧୀକାରୀଙ୍କ କାର୍ଯ୍ୟାଳୟକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ କ୍ଷତିପୁରଣ ଦିଆ ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସଜିବୀମାନେ । ସେପଟେ ବନ୍ୟା ଛାଡିଗଲା ପରେ ବହୁ ମତ୍ସଜିବୀ ଆମ ପାଖକୁ ଆସି ତାଙ୍କର ଅଭିଯୋଗ କହୁଥିବା ବେଳେ ଯଥାଶିଘ୍ର କ୍ଷୟକ୍ଷତିର ଆକଳନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ମତ୍ସ ଅଧିକାରୀ |
ସୁବର୍ଣ୍ଣପୁରରୁ ସହଦେଵ ମେହେରଙ୍କ ରିପୋର୍ଟ ଫୋକସ ପ୍ଲସ |