ମାଙ୍କଡ଼ର ଏକା ଦଶାହ ପାଳିଲେ ଗ୍ରାମବାସୀ

ଫୋକସ ପ୍ଲସ 26/3/23(ବ୍ୟୁରୋ): ମାଙ୍କଡ଼ ର ଏକା ଦଶାହ ପାଳିଲେ ଗ୍ରାମ ବାସୀ। କଥା ଟି କାଳ୍ପନିକ ଭାବୁଛନ୍ତି କି ଦର୍ଶକ ବନ୍ଧୁ ହେଲେ ଘଟଣା ଟୀ ସତ୍ୟ ଘଟଣା ଟି ଥିଲା ଏପରି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ର ତେନ୍ତୁଳିଦା ପଞ୍ଚାୟତ ଜାଗୁଳି ଗାଁ ରେ ଦୀର୍ଘ ବର୍ଷ ଧରି ଏକ ମାଙ୍କଡ଼ ରହିଆସୁଥିଲା । ହେଲେ ଆଜିକୁ ଦଶ ଦିନ ପୂର୍ବରୁ ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମାଙ୍କଡ଼ ଟିର ମୃତ୍ୟୁ ହୋଇଥିଲା। ଏତେ ମାତ୍ରାରେ ମାଙ୍କଡ଼ଟିକୁ ଗାଁ ଲୋକେ ଭଲ ପାଉଥିଲେ ମୃତ୍ୟୁ ଖବରକୁ ନେଇ ଗାଁ ଲୋକ ସ୍ତବ୍ଧ ହୋଇଯାଇଥିଲା । ପରେ ବିଦ୍ୟୁତ ଭିବାଗ ର କର୍ମଚାରୀ ମାନେ ମାଙ୍କଡ଼ଟିକୁ ସେଠାରୁ ବାହାର କରିଥିଲେ। ଆଉ ସେହି ମାଙ୍କଡ଼ଟିକୁ ଗାଁର ଭଲ ପାଉଥିବା ଲୋକମାନେ ମିଶି ଏକ ଟ୍ରଲି ରେ ମୃତ ଶରୀରକୁ ନାମ କୀର୍ତ୍ତନ କରି ଗାଁ ର ପରିକ୍ରମା କରି ଏବଂ ଶବକୁ ସମାଧି ଦେଇଥିଲେ, ପରିବେଶ ଥିଲା ଶୋକା କୋଳ।ପରଦିନ ଗାଁର ଲୋକମାନଙ୍କ ମଧ୍ୟରେ ବସିଲା ବୈଠକ ଏବଂ ନିଷ୍ପତ୍ତି ହେଲା ମାଙ୍କଡ଼ ଟିର ମଣିଷ ଭଳି ଶୁଦ୍ଧିକ୍ରିୟା ଗାଁରେ ହେବ। ଆଉ ସେ ପାଇଁ ଗ୍ରାମବାସୀ ଶୁଦ୍ଧି କାର୍ଡ କରି ଆଖପାଖ ଗାଁ ଗୁଡିକୁର ଥିବା କୀର୍ତ୍ତନୀୟଆ ଦଳଙ୍କୁ ଦଶ ଦିନ ଓ ଏଗାର ଦିନ ପାଇଁ ନିମନ୍ତ୍ରଣ କରାଗଲା । ଆଉ ଦଶ କ୍ରିୟାରେ ଗାଁ ଲୋକ ଲଣ୍ଡା ହେଲେ , ଚଉପ୍ରହ ରି ଆରମ୍ଭ ହେଲା । ଏଗାର ଦିନ, ଅହରାତ୍ର ଚାଲିଥିଲା ହରିନାମ ଓ ହନୁମାନ ସଂକୀର୍ତ୍ତନ ଓ ପ୍ରସାଦ ବଣ୍ଟନ । ତେବେ ବାସ୍ତବ ରେ ମଣିଷ ଯେଉଁଟି ନିଜ ଲୋକର ମୃତ୍ୟୁପରେ ଏଭଳି କରିବା ପାଇଁ ପଛଘୁଞ୍ଚା ଦେଉଛି । ଏସବୁ ଦେଖି ବାସ୍ତବ ରେ କିଛି ଶିକ୍ଷା ଦେଉଛି ଆମ ସମାଜ କୁ।ଏସବୁରୁ ମନେ ହେଉନି ସେ ସବୁ ମଣିଷ ମାନେ ଏଥିରୁ କିଛିଶିଖିବେ।

Leave a Reply

Your email address will not be published. Required fields are marked *