ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ 17/4/23(ବ୍ୟୁରୋ): ଭଗବତ ଚାରିଟେବଲ୍ ଟ୍ରଷ୍ଟ, ବୈକୁଣ୍ଠନଗର ପ୍ରଥମ ଗଳି ଠାରେ ସ୍ବେତ୍ସାସେବି ଅନୁଷ୍ଠାନ ତରଫେ ଭାବିନିପୁର ଗ୍ରାମର ସ୍ବାମୀ ବିବେକାନନ୍ଦ ଙ୍ଗ୍ୟାନମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟର ସଚେତନତା କାର୍ଯ୍ୟକ୍ରମ ସହ ମାଗଣା ଔଷଧ ଦେବାର ବ୍ୟବସ୍ଥା ହୋଇଛି। ମେଡ଼ିସିନ୍,ସର୍ଜେରୀ,ଆଖି,ଦାନ୍ତ, ବିଭାଗର ଅଭିଙ୍ଗ୍ୟ ଡାକ୍ତର ଶ୍ରିଯୁକ୍ତ ପୂର୍ନଚନ୍ଦ୍ର ତ୍ରିପାଠୀ,(ଆୟୃଷ ହସ୍ପିଟାଲ୍),ଡଃ,ଏନ୍ ସନ୍ତୋଷ(ଆୟୁଷ୍ମାନ୍ ହସ୍ପିଟାଲ୍), ଡକ୍ଟର ବିଜୟ କୁମାର ସୁବୁଦ୍ଧି,ଡକ୍ଟର କେ ଅନୁଷା,ମେନେଜର୍ ଇନଚାର୍ଜ ବିକାସ୍ ପାଢୀ(ରୁବି ହସ୍ପିଟାଲ୍) ଡକ୍ଟର ନକୁଳ ସାହୁ,(ଆୟୃଷ୍), ଡକ୍ଟର ରାମକ୍ରୁଷ୍ଣ ସାହୁ,(ଆୟୂଷ୍),ଡକ୍ଟର ଗାନ୍ଧି ଚୋଉଧରି(ଆୟୂଷ୍) ଯୋଗ ଦେଇଥିଲେ।ଏହି ସ୍ବାସ୍ଥ୍ୟ ଶିବିରକୁ ସୁପରିଚାଳନା କରିବାପାଇଁ ଡକ୍ଟର ରାମକ୍ରୂଷ୍ଣ ସାହୁ ବିଶେଷ ସହଯୋଗ କରିଥିଲେ। ପ୍ରଥମେ ଶ୍ରୀଗଣେଶଙ୍କୁ ଦୀପଦାନ ପରେ ଡକ୍ଟର ରାମକ୍ରୂଷ୍ଣ ସାହୁ ସ୍ବାସ୍ଥ୍ୟ ସଚେତନତା ପାଇଁ ହୋଇଥିବା କାର୍ଯ୍ୟକ୍ରମର ସଞ୍ଜୋଜନା କରିଥିଲେ।ସଭାପତି ଟ୍ରଷ୍ଟ ଅଧ୍ୟକ୍ଷ୍ୟ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ଓ ଅନ୍ୟ ଡକ୍ଟର ମାନ ଙ୍କୁ ପୁଷ୍ପ ଦ୍ବାରା ସମ୍ବର୍ଦ୍ଧନା କରିବାପରେ ସମସ୍ତେ ଶିବିରର ଆଭିମୁଖ୍ୟ ସହ ସଚେତନତା ପାଇଁ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଜନସମ୍ପର୍କ ଅଧିକାରି ଭାବେ ୟୁ ଟି ଆଇ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଗଲା। ଏହି କାର୍ଯ୍ୟକ୍ରମରେ ମାନବ ସୁରକ୍ଷ୍ୟା ସମିତିର ସଭାପତି ଶ୍ରୀ ଅବନୀ ଗୟା ,ବିଦ୍ୟାଳୟର ମେମ୍ଵର୍ ଉମାକାନ୍ତ ମିଶ୍ର, ଟ୍ରଷ୍ଟ୍ର ସଭ୍ୟ ଶ୍ରୀ ଡମ୍ବରୁଧର ସାହୁ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଶିବିରରେ ବିବେକାନନ୍ଦ ଙ୍ଗ୍ୟାନମନ୍ଦିରର ସଭାପତି ତଥା ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଶ୍ରୀ ରାଜେନ୍ଦ୍ର ପଣ୍ଡା ,ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ,ସମ୍ପାଦକ ଶ୍ରୀ ପ୍ରଦୀପ ପଟ୍ଟନାୟକ ,ଟ୍ରଷ୍ଟରେ ସଦସ୍ୟ ଟି ବିଜୟ ରାଓ,ପ୍ରଦୀପ ବେହେରା,ଅନସୁୟା ଜେନା,ସବିତା ସାହୁକାର, ମିସ କୋମାଲି ,ଶ୍ରୀ ସୁଶାନ୍ତ କର ଶିବିରର ସୁପରିଚାଳନା ରେ ସାହାଯ୍ୟ କରିଥିଲେ। ବିଶେଷକରି ଫାର୍ମାସିଷ୍ଟ କୋଟେଶ୍ବର ରାଓ,ପ୍ରେମାନନ୍ଦ ଦାସ,ରବିନ୍ଦ୍ର କୁମାର ସାହୁ ଟ୍ରଷ୍ଟ ଅଧ୍ୟକ୍ଷ୍ୟ ସଙ୍ଗ୍ରହ କରିଥିବା ଔଷଧ ଗୁଡ଼ିକୁ ଶ୍ରୁଙ୍ଖଳିତ ଭାବେ ଆରେଞ୍ଜମେଣ୍ଟ କରି ଟି ବିଜୟ ରାଓ ,ଅନସୁୟା ଜେନା ,ମିସ୍ କୋମାଲି,କରିଥିବା ରେଜିଷ୍ଟ୍ରେସନ୍ ଅନୁଯାୟୀ ଡକ୍ଟର ମାନଙ୍କ ଚିଠାପ୍ରକାରେ ଲୋକଙ୍କୂ ଔଷଧ ବିତରଣ ଅତିସୁନ୍ଦର ଭାବେ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ରୋଗିଦେଖା ଓ ଔଷଧ ବିଚରଣ କାର୍ଯ୍ୟକ୍ରମ ସମାପ୍ତ ପରେ ଶିବିର ସାଙ୍ଗ ଘୋଷଣା କରାଗଲା। ଅଧ୍ୟକ୍ଷ୍ୟ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ଔଷଧ କିଣା ସଙ୍ଗେ ସ୍ବ ଇଚ୍ଛାରେ ଔଷଧ ଦାନ କରିଥିବା ଡକ୍ଟର ଏନ୍ ସନ୍ତୋଷ,ସଦସ୍ୟ ଆଡ୍ଭୋକେଟ୍ ପ୍ରଣବ କୁମାର ପଣ୍ଡାଙ୍କୁ,ସଦସ୍ୟ ମନୋଜ ମହାପାତ୍ରଙ୍କୁ ଓ ଔଷଧ ସଙ୍ଗ୍ରହ୍ରରେ ସାହାଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଧ୍ୟକ୍ଷ୍ୟ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ.।

Leave a Reply

Your email address will not be published. Required fields are marked *