ମାଓବାଦୀ ଗୁଳିରେ ତିନି ଯବାନ ସହୀଦ

ଫୋକସ ପ୍ଲସ (ନୂଆପଡା)୨୨/୦୬/୨୦୨୨: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ ଯବାନ ମଧ୍ୟରେ ଗୁଳି ବିନିମୟ। ଏମ୍ବୁଜ କରି ଆକ୍ରମଣ କରିଛନ୍ତି।ରୋଡ ସନ୍ଧାନକାରି ଦଳ ରୁପେ ଆଗକୁ ଯାଉଥିବା ବେଳେ ପୂର୍ବରୁ ଛପି ବସି ଏମ୍ବୁଜ ଲଗାଇ ମାଓବାଦୀ ମାନେ ଆକ୍ରମଣ କରିଥିଲେ।ଘଟଣା ସ୍ଥଳରେ ତିନି ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଶିଶୁପାଳ ସିଂ, ଶିବଲାଲ ଏବଂ ଜଣେ କନେଷ୍ଟବଳ ଧମେଦ୍ରର କୁମାର ମୃତ୍ୟୁବରଣ କରିଥିବା ଜଣାପଡିଛି।ତାଙ୍କ ମୃତ ଦେହକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆବଶ୍ୟକ ସୂଚନା ମିଳି ପାରିନାହିଁ।ବିଭାଗୀୟ ଅଧିକାରୀ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *