ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ସାମଗ୍ରୀ ଜବତ

ଫୋକସ ପ୍ଲସ ୧୫/୬/୨୨(କନ୍ଧମାଳ ): କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛପଡା ଥାନା ଅଧିନସ୍ଥ ଶସିକେତା ଜଙ୍ଗଲ ରେ କନ୍ଧମାଳ ଏସ.ପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶରେ ଏସ ଓ ଜି ଓ ଡିଭିଏଫ ଯବାନ ମାନେ ମାଓବାଦୀ କ୍ୟାମ୍ପ ଉପରେ ଅତର୍କିତ ଛଡାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ରହିଛି ଇନସାସ ମେଗାଜିନ, ମାଓପୋଷାକ, ମେଡ଼ିସିନ, ବିଦ୍ୟୁତ ତାର, ଜିଲୋଟିନ, ଛୁରୀ, ଚଷମା, ଜୋତା ଆଦି ଜିନିଷ ପତ୍ର ଥିବା ଏସପି ସୂଚନା ଦେଇଛନ୍ତି। ସେହିପରି ଗତ ମେ ମାସ ୨୨ ତାରିଖ ରେ ଛତିଶଗଡ ବିଜେପୁର ଜ଼ିଲ୍ଲା ବାସାଗୁଡା ବାସାଗୁଡା ଥାନା ଅନ୍ତର୍ଗତ ଡାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଏରିଆ କମିଟି ର ସଦସ୍ୟ ସରକାର ଙ୍କର ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ରେ ପ୍ରଲୋଭିତ ହୋଇ ହିଂସା ପରିତ୍ୟାଗ କରି ଏସପି ଭିନୀତ ଅଗ୍ରୱାଲ ଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା। କନ୍ଧମାଳ ଏସପି ଙ୍କ ରଣକୌଶଳ, ଲଗାତାର କୁଂପିଙ୍ଗ ଅପରେସନ, ଯୋଗୁଁ ମାଓବାଦୀ ଙ୍କ ସଂଗଠନ ଦିନ କୁ ଦିନ ଦୁର୍ବଳ ହେବାରେ ଲାଗିଥିବା କଥା ଦେଖିବା କୁ ମିଳିଛି। ସରକାର ବାରମ୍ବାର ମାଓ କାର୍ଯ୍ୟ କଳାପରେ ଲିପ୍ତ ଥିବା ମାଓବାଦୀ ମାନଙ୍କୁ ବିଶେଷ ପ୍ୟାକେଜ ଘୋଷଣା କରିଛନ୍ତି। ସରକାର ଙ୍କ ର ଏହି ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ ଏଂବ ଏସପି ଙ୍କ ନିର୍ଦେଶ କ୍ରମେ ଜୋରଜାର କୁମ୍ପିଙ୍ଗ ଅପରେସନ ହେଉଥିବାରୁ ନିଜ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ମାଓବାଦୀ ମାନେ ଆତ୍ମ ସମର୍ପଣ କରୁଛନ୍ତି।ସଦାସର୍ବଦା କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ମାଓବାଦୀ ମାନଙ୍କୁ ହିଂସାତ୍ମକ ମନଭାବ ଛାଡ଼ି ମୁଖ୍ୟସ୍ରୋତ ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *