ମାଇନ୍ସ ଜମି ଅଧିଗ୍ରହଣରେ ବ୍ୟାପକ ପ୍ରସ୍ତୁତି

ଫୋକସ ପ୍ଲସ (ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର କୁ ଲାଗି ରାଇରଙ୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତର ରାଜସ୍ବ ଗ୍ରାମ ଆନନ୍ଦପୁର,କଣ୍ଟାବଣିର କିଛି ଅଂଶ ଏବଂ ଦାଣ୍ଡବୋଷ ରାଜସ୍ବ ଗ୍ରାମର କିଛି ଅଂଶ ୭୫୦ ଏକରରୁ ଅଧିକ ଜମି ଅଧିଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।ବିଶେଷତଃ ରାଇରଙ୍ଗପୁର ବହଳଦା ଜାତୀୟ ରାଜପଥ ର ଡାହାଣ ପାର୍ଶ୍ଵର ଜମି ଗ୍ରହଣ କରିବ । ଏଥିପାଇଁ ଇଡକୋ ଜମି ଅଧିଗ୍ରହଣ ପାଇଁ ରାଜସ୍ବ ବିଭାଗ ପାଖରେ ଆବେଦନ କରୁଛି ।ଇଡକୋ ପାଖରୁ ରୁଙ୍ଗଟା ମାଇନ୍ସ ନେବ ବୋଲି ଗ୍ରାମବାସୀ କହୁଛନ୍ତି । ଏଥିପାଇଁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜମି ଦଖଲ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ମାଲିକ ମାନଙ୍କୁ ନୋଟିସ ପଠାଯାଇଛି ।ନିଜର ପ୍ରକୃତ ଦଖଲ ଥିବା ଏହିଠାରୁ ଅଧିକ ଦଖଲ କରିଥିବା ଜମିର ମଧ୍ୟ ଖଜଣା ପୈଠ ପାଇଁ ନୋଟିସ କରାଯାଇଛି । ସେଠାରେ ୨୫୦ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି ପଡି ରହିଛି ।ସ୍ଥାୟୀ ଭାବରେ ରହୁଥିବା ବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।ଯଦି ଶିଳ୍ପାୟନ ହୁଏ ସେମାନେ ବିସ୍ଥାପନ ହୋଇ କେଉଁଠିକୁ ଯିବେ । ଭାରାପ୍ରାପ୍ତ ତହସିଲଦାରଙ୍କୁ ଗଣ ମାଧ୍ୟମ ପ୍ରତିନିଧି ମାନେ ପଚାରିବାରୁ ସେ କହିଲେ ଆମେ ଜାଣିବାକୁ ଚାହୁଁଛୁ ଵାସ୍ତବରେ ସରକାରୀ ଜମି କେତେ ଅଛି ।ପରେ ଆମ ପାଖକୁ ସରକାରଙ୍କ ପାଖରୁ ଯଦି କିଛି ସୂଚନା ମିଳେ ତାହେ ଲେ ଉପରିସ୍ଥ ଅଧିକାରୀମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇବେ ବୋଲି କହିଥିଲେ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *