–ମହିଳା ହୋମଗାର୍ଡ ଆଣିଲେ କନଷ୍ଟେବଳ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ |
–ମହିଳା ହୋମଗାର୍ଡ କୁ ଅସଦାଚରଣ କରିଛନ୍ତି କନଷ୍ଟେବଳ |
–ମାମଲା କୁ ଚାପାଇବା ପାଇଁ କନଷ୍ଟେବଳ ସଂଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରୁଛନ୍ତି
କଣ ପାଇଁ |
–ଅଫିସ ର ଷ୍ଟାପ ଦ୍ୱାରା କଣ ପାଇଁ କରୁଛନ୍ତି ବାରମ୍ବାର ଫୋନ କଲ? ଶୁଣନ୍ତୁ ଏହି କଲ ରେକର୍ଡ ଯାହା ଆସିଥିଲା ମହିଳା ହୋମେଗାର୍ଡ ଙ୍କ ପାଖ କୁ |
–ନ୍ୟାୟ ନପାଇଲା ପର୍ଯ୍ୟନ୍ତ ଓହରିବେ ନାହିଁ:ମହିଳା ହୋମଗାର୍ଡ କହିଛନ୍ତି |
ମହିଳା ହୋମଗାର୍ଡ କନଷ୍ଟେବଳ ଙ୍କ ନାମରେ ଆଣିଛନ୍ତି ଅସଦାଚରଣ ଅଭିଯୋଗ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ପୁଲିସ ବିଭାଗ ରେ।ମହିଳା ହୋମଗାର୍ଡ ଗାୟତ୍ରୀ ଦାସ ରିଜର୍ଭ ପୁଲିସ ଲାଇନ୍ ସଂସ୍କୃତି ଭବନ ରେ ଡ୍ୟୁଟି ରେ କାର୍ଯ୍ୟରତ ଥିବା ବେଳେ କନଷ୍ଟେବଳ ଅଲିଫ କୁମାର ଦାସ ତାଙ୍କୁ ଅଶାଳୀନ ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି।ପୂର୍ବ ରୁ ଜନୈକ ମହିଳା ହୋମଗାର୍ଡ ଜଣକ କନଷ୍ଟେବଳ ଙ୍କ ଦ୍ଵାରା ଗତ ୨୧-୦୯-୨୩ ରେ ଅସଦାଚରଣ ର ଶିକାର ହୋଇଥିଲେ।ଏନେଇ ମଧ୍ୟ୍ୟ ସେପ୍ଟେମ୍ବର ୨୨ ତାରିଖ ରେ ସ୍ଥାନୀୟ ଆର୍ ଆଇ ଙ୍କୁ ଲିଖିତ ଜଣାଇଥିଲେ। ସେହିଭଳି ୦୩-୧୦-୨୩ ସହଦେବ ଖୁଣ୍ଟା ଥାନା ରେ ଅଭିଯୋଗ ଦେଇଥିଲେ ଓ ପରେ ୦୪-୧୦-୨୩ ରେ ଡାକ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଜଣାଇ ଥିଲେ।କିନ୍ତୁ ପୁଲିସ୍ କୌଣଷି ପଦକ୍ଷେପ ନନେବା ଯୋଗୁଁ ବାଧ୍ୟ ହୋଇ ମହିଳା ହୋମଗାର୍ଡ ଜଣକ ନ୍ୟାୟ ପାଇଁ ଜିଲ୍ଲା ସ୍ଵତନ୍ତ୍ର ଏସସି,ଏସ ଟି କୋର୍ଟ ରେ ମାମଲା ରୁଜୁ କରିଛନ୍ତି।ଅନ୍ୟପଟେ ମାମଲା କୁ ଚାପାଇବା ପାଇଁ କନଷ୍ଟେବଳ ସଂଘର ସଭାପତି ହାବିଲଦାର ମାନସ କୁମାର ପାଣିଗ୍ରାହୀ ମହିଳା ହୋମଗାର୍ଡଙ୍କୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ମହିଳା ହୋମଗାର୍ଡ ଙ୍କୁ ଜାତି ଲଗାଇ ଗାଳି ଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି।ତେବେ ଏହି ଘଟଣାରେ ନ୍ୟାୟ ନପାଇଲା ପର୍ଯ୍ୟନ୍ତ ଓହରିବେ ନାହିଁ ବୋଲି ମହିଳା ହୋମଗାର୍ଡ ଜଣକ କହିଛନ୍ତି।