ଅନୁଗୁଳ: ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଢେଙ୍କାନାଳ ବିଭାଗ ପକ୍ଷରୁ ମହିଳା ସମନ୍ୱୟର ଏକ ସମ୍ମିଳନୀ ‘ସମର୍ଥା ‘ ଜରପଡା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଶକ୍ତି ସ୍ୱରୂପାଙ୍କ ଅଧ୍ୟକ୍ଷତାରେ ତିନୋଟି ସତ୍ରରେ ଆୟୋଜିତ ହୋଇଯାଇଅଛି. ବେଦପାଠରୁ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା. ସରସ୍ବତୀ ଶିଶୁମନ୍ଦିର ଅନୁଗୁଳର ଭଉଣୀମାନେ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ବ୍ରହ୍ମରୂପା ସାହୁ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ. ପ୍ରଥମ ସତ୍ରରେ ସମ୍ମିଳନୀ ବିଭାଗ ସଂଯୋଜିକା, ବନ୍ତଳା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଆରତି ଦ୍ବିବେଦୀ ସମ୍ମିଳନୀର ଉଦ୍ୟେଶ୍ୟ କଥନ କରିଥିଲେ ଓ ବିଭାଗ ସହସଂଯୋଜିକା ଉଷା ରାଣୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ. ଦୁର୍ଗାବାହିନୀ ଅଖିଳ ଭାରତୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମାହଲା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଭାରତୀୟ ଚିନ୍ତନରେ ମହିଳା ଶୀର୍ଷକରେ ନିଜର ସାରା ଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ. ଭାରତୀୟ ବ୍ୟବସ୍ଥା ସ୍ତ୍ରୀ ପ୍ରଧାନ ବା ପୁରୁଷ ପ୍ରଧାନ ନୁହେଁ ତାହା ଧର୍ମ ପ୍ରଧାନ ଓ ସମାଜହିତାକାରୀ ମହିଳା ଗୃହସ୍ଥ ଆଶ୍ରମର ଗୃହଲଷ୍ମୀ, ଧର୍ମପତ୍ନୀ, ପରିବାରକୁ ସନ୍ତାନ ସନ୍ତତି ଦେଉଥିବା, ପରିବାରକୁ ପଳନପୋଷଣ ଦେଉଥିବା ପ୍ରେରକ ସ୍ରୋତ. ମହିଳା ସମାଜ ରାଷ୍ଟ୍ର ଓ ସମାଜର ଅଙ୍ଗ ହେଉଥିବା ହେତୁ ଠାରୁ ସମାଜ ରାଷ୍ଟ୍ର ରାଷ୍ଟ୍ରର ପୁନଃରୁଥାନ ଓ ସୃଷ୍ଟିର ସଂରକ୍ଷଣରେ ସହାଭାଗିତା ଆଶା କରାଯାଏ ବୋଲି କହିଥିଲେ. ପ୍ରାନ୍ତ ସହସଂଯୋଜିକା ମହିଳା ସମନ୍ୱୟ ଦୀପ୍ତି ନାୟକ ମୁଖ୍ୟ ଅତିଥି ଭାବରେ ମଞ୍ଚରେ ଉପସ୍ଥିତ ରହି ସମାଜ ଓ ରାଷ୍ଟ୍ରର ଉତ୍ଥାନରେ ଭାରତୀୟ ମହିଳା ତାର ଜୀବନ ମୂଲ୍ୟ ଆଧାରରେ ତ୍ୟାଗ ସେବା କ୍ଷମା ପୁରୁଷାର୍ଥ ବନ୍ଧୁତା ସୌହାର୍ଦ୍ଧ ସାମଞ୍ଜସ୍ୟ ଓ ସଦଭାବ ଦ୍ୱାରା ବ୍ୟକ୍ତିର ରାଷ୍ଟ୍ରର ଉତ୍ଥାନ ବିଷୟକୁ ଉପସ୍ଥାପନ କରିଥିଲେ.ଉକ୍ତ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟ କରିଥିବା ଦୁଇଜଣ ବିଶିଷ୍ଟ ମହିଳା, ସାଗର ବାଳା ହୋତା ଏବଂ ଡ଼ ସୁଚେତା ମିଶ୍ର ଓ ସୁଶ୍ରୀ ସୁଷମା ବେହେରାଙ୍କୁ ସମର୍ଥା ସମ୍ମାନରେ ସମ୍ମାନିତ କରାଯାଇଥିଲା. ଦ୍ଵିତୀୟ ସତ୍ରରେ ଦୁଇଟି ଗଟ ମାଧ୍ୟମରେ ସ୍ଥାନୀୟ ମହିଳାଙ୍କ ସ୍ଥିତି, ତାଙ୍କ ସମସ୍ୟା ଓ ତାର ସମାଧାନ ବିଷୟରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା. ସେଥିରେ ଚର୍ଚ୍ଚା ପ୍ରବର୍ତ୍ତକ ଥିଲେ ଉଷା ରାଣୀ ଦାସ ଓ ମମିତା ବେହେରା. ସମାପନ ସତ୍ରରେ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରଦୀପ ପତ୍ରିକାର ସହ ସମ୍ପାଦିକା ଓ ମହିଳା ସମନ୍ୱୟର ପ୍ରାନ୍ତ ଟୋଲୀ ସଦସ୍ୟା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଭାରତର ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ. ଶେଷରେ
ଢେଙ୍କାନାଳ ଜିଲ୍ଲା ସଂଯୋଜିକା ସବିତା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମହିଳା ଯୋଗଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ଳ
ମହିଳା ସମନ୍ୱୟ ସମ୍ମିଳନୀ, ଢେଙ୍କାନାଳ ବିଭାଗ ଆୟୋଜିତ
