ମହିଳାଙ୍କ ଚିକିତ୍ସା ପାଇଁ ସହାୟକ ହେଲେ ମାଣିକପାଟଣା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଫୋକସ ପ୍ଲସ (ନିଆଳି): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ, ଅରେହିକଣା ଗ୍ରାମର ଶଶୀକଳା ଧଳ ବୟସ 32ବର୍ଷ |ତାଙ୍କର ଦୀର୍ଘ ତିନିମାସ ହେବ ହାତଗୋଡ଼ ଫୁଲିବା ସହ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲ ନେଇଯାଇଥିଲେ, ସେଇଠୁ ଜଣାପଡିଥିଲା ଶଶୀକଳା ଙ୍କ ଶରୀରରେ ଦୁଇଟି କିଡ଼ନୀ ନଷ୍ଟ ହେଇଯାଇଛି |ଡାକ୍ତର ଙ୍କ କହିବାନୁସାରେ ଶଶୀକଳା ଙ୍କ ଶରୀରରେ ଦୁଇଟି କିଡ଼ନୀ ବଦଳାଯାଇ ନୂଆ କିଡ଼ନୀ ଲାଗିବ | ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଅଛି |ଖବର ଜାଣିବା ପରେ ଆମେ ଫୋକସ ପ୍ଲସ ମାଧ୍ୟମରେ ଗତ 9 ସେପ୍ଟେମ୍ବର ରେ ଖବର ପ୍ରସାରଣ କରିଥିଲୁ |focus plus ଗଣମାଧ୍ୟମ ରୁ ଖବର ପାଇ ସ୍ୱାଭିମାନ ମାଣିକ ପାଟଣା ଗ୍ରୁପ ର ସଭାପତି ବିନୋଦ ତରାଇ ଙ୍କ ନେତୃତ୍ୱ ରେସୁଶାନ୍ତ ପରିଡା, ବିଦ୍ୟାଧର ପରିଡା, ସତ୍ୟନନ୍ଦ ଦାସ, ପ୍ରମୋଦ ଦାସ, ବାସୁଦେବ ଦାସ, ପ୍ରଶାନ୍ତ ବିଶ୍ୱାଳ ଓ ଅନୁଷ୍ଠାନ ର ଅନ୍ୟ ସଦସ୍ୟମାନେ ଆଜି ଶଶିକାଳାଙ୍କୁ ତାଙ୍କ ଅଢେଇକଣା ସ୍ଥିତ ବାସ ଭବନରେ ପହଂଚି ତାଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କରିବା ସହିତ ତାଙ୍କ ଆସୁଆରୋଗ୍ୟ କାମନା କରିଥିଲେ |

ଆଳିରୁ ସମ୍ବିତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *