ମହିଳାଙ୍କୁ କଟୁରିରେ ହାଣି ହତ୍ୟା

ଫୋକସ ପ୍ଲସ (ବାଲେଶ୍ୱର)୩୦/୦୬/୨୦୨୨: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସୂଚନାରୁ ପ୍ରକାଶ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମରେ ଜଗନ୍ନାଥ ଦାସଙ୍କ ପୁଅ ମନୋରଞ୍ଜନ ଦାସ ତାଙ୍କ ସ୍ତ୍ରୀ ନିର୍ମମ ଭାବେ କଟୁରି ସାହାଯ୍ୟରେ ହାଣି ହତ୍ୟା କରିଛନ୍ତି। ମନୋରଞ୍ଜନ ଦାସ ଏବଂ ସ୍ତ୍ରୀ ଯଶୋଦା ଦାସଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ବିଶୃଙ୍ଖଳା ଲାଗି ରହିଥିବା ବେଳେ ମନୋରଞ୍ଜନ ସବୁବେଳେ ଯଶୋଦାଙ୍କୁ ମାର ପିଟ କରନ୍ତି।ଆଜି ଦିନ ୩ଟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳିତ କରାଳ ଆରମ୍ଭ ହୋଇଥିଲା, ଏଥିରେ ଯଶୋଦାଙ୍କ ଝିଅ ବାପା ମନୋରଞ୍ଜନଙ୍କୁ ପ୍ରତିବାଦ କରିବାରୁ ପ୍ରଥମେ କଟୁରି ଧରି ଝିଅକୁ ହାଣିବାକୁ ଗୋଡ଼ାଇଥିଲା। ଯଶୋଦା ସ୍ୱାମୀକୁ ପ୍ରତିରୋଧ କରିବାରୁ ମନୋରଞ୍ଜନ ଅତି ନୃଶଂସ ଭାବେ ହାଣିବାକୁ ଗୋଡ଼ାଇବାରୁ ଯଶୋଦା ବିଲକୁ ଦୌଡ଼ି ପଳେଇ ଯିବା ସମୟରେ କଟୁରି ଦ୍ୱାରା ପଛରୁ ହାଣିଥିଲା। ଆଘାତ ପାଇ ଯଶୋଦା ବିଲରେ ପଡିଯିବା ପରେ ମନୋରଞ୍ଜନ ବାରମ୍ବାର କଟୁରି ହାଣି ମୁଣ୍ଡ ଏବଂ ମୁଁହକୁ ରକ୍ତାକ୍ତ କରିବା ସହ ଅତି ବିଭତ୍ସ ଭାବରେ ହତ୍ୟା କରିଛି। ମୃତ ଯଶୋଦା ହେଉଛନ୍ତି ଭଦ୍ରକ ଜିଲ୍ଲା ବାଣୀତିଆ ଗ୍ରାମର ଆନ ଯେନଙ୍କ ଝିଅ ବୋଲି ଜଣାପଡିଛି। ମୃତ ଯଶୋଦାଙ୍କୁ ୩୪ ବର୍ଷ ହୋଇଥିଲା ବେଳେ ତାଙ୍କର ଗୋଟିଏ ଝିଅ (୧୪) ଏବଂ ଗୋଟିଏ ପୁଅ (୧୨) ଥିବା ଜଣାପଡିଛି।

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫକୋସ ପ୍ଲସ |

Leave a Reply

Your email address will not be published. Required fields are marked *