ମହା ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ୪୦ ପ୍ଲାଟୁନ ପୁଲିସ ମୁତୟନ କରାଯିବ।

ଆସନ୍ତାକାଲି ବୁଧବାର ଲକ୍ଷାଧିକ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରକୁ ପୂଜା କରିବା ପାଇଁ ଆସିବେ ବୋଲି ଆଶା କରାଯାଉଛି। ଟ୍ରାଫିକ୍ ପରିଚାଳନା, ଏବଂ ସୁରକ୍ଷା ପାଇଁ ଆମେ ପୂର୍ବରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିସାରିଛୁ। ଅଗ୍ନିଶମ ବାହିନୀ ସମେତ ଜରୁରୀକାଳୀନ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ବୁଧବାର ଲିଙ୍ଗରାଜ ମନ୍ଦିରରେ  ୪୦ ପ୍ଲାଟୁନ୍ ପୁଲିସ ବାହିନୀ ଏବଂ ବିଭିନ୍ନ ପଦର ୧୦୦ରୁ ଅଧିକ ପୁଲିସ ଅଧିକାରୀ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *