ଫୋକସ ପ୍ଲସ 2/3/23(ବ୍ୟୁରୋ): ମୋବାଇଲ ୟୁଜର୍ସ ମାନଙ୍କୁ ଲାଗିବ ବଡ ଝଟକା । ମହଙ୍ଗା ହେବାକୁ ଯାଉଛି ମୋବାଇଲ ରିଚାର୍ଜ । ଲୋକେ ଦୈନିକ ବ୍ୟବହାର୍ଯ୍ୟ ଜିନିଷ ଗୁଡିକ ଏବେ ହୁହୁ ହୋଇ ବଢ଼ିଚାଲିଛି । ଏହାରି ଭିତରେ ମୋବାଇଲ ରିଚାର୍ଜ ବଢ଼ିବ ବୋଲି ଶୁଣିବାକୁ ମିଳୁଛି । ଏନେଇ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଛନ୍ତି ଯେ, ଲୋକେ ୩୦ଜିବି ଡାଟା ନାମକୁ ମାତ୍ର ଟଙ୍କା ଖର୍ଚ୍ଚ କରି ବ୍ୟବହାର କରୁଛନ୍ତି । ତେବେ ଆଗକୁ ମୋବାଇଲ କଲ୍ ଓ ଡାଟା ବଢିପାରେ ବୋଲି ସେ ଜଣାଇଛନ୍ତି । ସୂଚନା ଅନୁସାରେ, ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଛନ୍ତି ଯେ, ଭାରତରେ ଟେଲିକମ ହେଉଛି ଏପରି ଏକ ଶିଳ୍ପ ଯେଉଁଥିରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡୁଛି ।
କିନ୍ତୁ ତାହା ଉପରେ ମିଳୁଥିବା ରିଟର୍ଣ୍ଣ ବହୁତ କମ୍ ରହୁଛି । ତେବେ ଏଭଳି ପରିସ୍ଥିତିରେ ରିଚାର୍ଜ ମୂଲ୍ୟରେ ଅଳ୍ପ ବୃଦ୍ଧି ଆବଶ୍ୟକ ହେଉଛି । ଦେଶରେ ଦୁର୍ବଳ ଲୋକଙ୍କ କଥାକୁ ନେଇ ସେ ପୁଣି କହିଛନ୍ତି ଯେ, ଲୋକମାନେ ଅନ୍ୟ ଜିନିଷରେ ଯେତିକି ବ୍ୟୟ କରୁଛନ୍ତି ଏହା ତା ଅପେକ୍ଷା ବହୁତ କମ ଅଟେ । ବି.ଏସ.ଏନ.ଏଲ ଓ ଭୋଡାଫୋନ ଆଇଡିଆକୁ ସାହାଯ୍ୟ କରି ସରକାର ଟେଲିକମ ଶିଳ୍ପର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ବହୁତ କାମ କରିଛନ୍ତି ବୋଲି ସେ କହିଛନ୍ତି । ଭାରତ ଏକ ବଡ ଦେଶ ହେଇଥିବାରୁ ଏଠାରେ ୩ଟି ଟେଲିକମ କମ୍ପାନୀ ଆବଶ୍ୟକ ଏବଂ ତୃତୀୟ ସଂସ୍ଥାଟି ଏବେ ବିଏସଏନଏଲ ରହିଛି ଏବଂ ଭୋଡାଫୋନ ଆଇଡିଆ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବ ବୋଲି ସୁନୀଲ ମିତ୍ତଲ କହିଛନ୍ତି । ଭୋଡାଫୋନ ଆଇଡିଆର ୧୬,୧୩୩ କୋଟି ଟଙ୍କା ଦେୟ ବଦଳରେ ସରକାର କଂପାନିର ୩୩.୪୪ ପ୍ରତିଶତ ଅଂଶଧନ ଗ୍ରହଣ କରିଛନ୍ତି ।