ମନ ମୋହୁଛି କଳାହାଣ୍ଡିର ଡୋକରୀ ଚଞ୍ଚରା ଜଳପ୍ରପାତ ||

ଫୋକସ ପ୍ଲସ 8/1/2023( ବ୍ୟୁରୋ): ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପିକନିକ ସ୍ପଟ ଏବଂ ଜଳପ୍ରପାତ ଗୁଡିକ ଏବେ ଚଳଚଞ୍ଚଳ ହେବାରେ ଲାଗିଛି |କଳାହାଣ୍ଡି ଜିଲ୍ଲାରେ ଥିବା ବିଭିନ୍ନ ପିକନିକ ସ୍ପଟ ଓ ବିଭିନ୍ନ ଜଳପ୍ରପାତ ମଧ୍ୟରୁ କୋକସରା ବ୍ଲକ ଅନ୍ତର୍ଗତ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସ୍ଥାନ ଭାବରେ ପରିଚିତ |ପ୍ରଚୀନୀ ଐତିହ୍ୟ ବହନ କରୁଥିବା ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ରହିଥିବା ବେଳେ ପାହାଡ ତଳେ ପ୍ରବାହିତ ଝରଣା ପାଣିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କ ମନ ଭରିଯାଏ | ଡୋକରୀ ଚଞ୍ଚରା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ହୋଇଥିବା ଯୋଗୁଁ ବିଶେଷ କରି ଅନ୍ୟ ଦିନ ଅପେକ୍ଷା ଡିସେମ୍ବର ଓ ଜାନୁୟାରୀ ମାସରେ ପର୍ଯ୍ୟଟକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥାଏ |ତେବେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ଚଳଚଞ୍ଚଳ ହୋଇଥାଏ ଡୋକରୀ ଚଞ୍ଚରା |ଏହା ସହିତ ବର୍ଷ ସାରା କର୍ମମୟ ଜୀବନ ଭିତରେ କିଛି ସମୟ ନିଜକୁ ପ୍ରକୃତି ସହ ଉପଭୋଗ କରିବା ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି ସାଙ୍ଗକୁ ସେଲ୍ଫି ନେବାକୁ ମଧ୍ୟ ଭୁଲି ନଥାନ୍ତି |ପର୍ଯ୍ୟଟକମାନେ ମଜି ଯାଇଥାନ୍ତି ପ୍ରକୃତିର ଶୋଭାରାଜିରେ |ତେବେ ଦର୍ଶକ ବନ୍ଧୁ ପର୍ଯ୍ୟଟନସ୍ଥଳୀ ଡୋକରୀ ଚଞ୍ଚରା ଭ୍ରମଣରେ ଯାଇଥିବା ପର୍ଯ୍ୟଟକମାନଙ୍କ ଦଳ ଭିଡରେ ବଣଭୋଜି ହେବା ସହ ଆନନ୍ଦ ଉପଭୋଗ କରିବା ଭିତରେ ପର୍ଯ୍ୟଟନ ଋତୁରେ ଡୋକରୀ ଚଞ୍ଚରା ବୁଲିବାର ମଜା ନିଆରା ରହିଛି |ତେବେ ଡୋକରୀ ଚଞ୍ଚରାକୁ ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଆଗରୁ ଦାବୀ ମଧ୍ୟ ହୋଇଛି |ଏହି ଜଳ ପ୍ରପାତ ଦେଖିବା ପାଇଁ ଓଡିଶା ତଥା ଓଡିଶା ବାହାରର ପର୍ଯ୍ୟଟକ ମାନେ ପ୍ରତିବର୍ଷ ଏଠାକୁ ଆସିଥାନ୍ତି |ମହିଳା ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଏବଂ ବିପଦ ଶଙ୍କୁଳ ସ୍ଥାନ ମାନଙ୍କରେ ମାର୍ଗଦର୍ଶକ ବୋର୍ଡ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ପର୍ଯ୍ୟଟକଙ୍କ ଦ୍ଵାରା ଦାବୀ ହେଊଛି |ଯଦି ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କରାଯାଏ ତେବେ ବିଦେଶୀ ପର୍ଯ୍ୟଟକ ମାନେ ମଧ୍ୟ ଏହି ସ୍ଥାନକୁ ଆସିବେ ଏବଂ ଏହି ଜଳପ୍ରପାତ ଅନ୍ୟ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ |

Leave a Reply

Your email address will not be published. Required fields are marked *