ମନଗଢ଼ା ନିୟୁଜ ପ୍ରକାଶନକୁ ବିରୋଧ କରି କିଛି ନିର୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଧୁରି ଜିବାକୁ ଚେତାବନୀ ଦେଲେ ପଙ୍କପାଳ ଗ୍ରାମବାସୀ |

ଯାଜପୁର14/11/2023; କଲିଙ୍ଗନଗର କାୟା ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତାକରି ବହୁ ସରକାରୀ ପ୍ରକଳ୍ପ ର ଶୁଭ ଆରମ୍ଭ କରିଥିବା ଯୋଗୁଁ ବହୁ ସ୍ଥାନଗୁଡିକ ରେ ପ୍ରକଳ୍ପ ର କାର୍ଯ୍ୟ ଚାଲୁରହିଛି। ଠିକ୍ ସେହିପରି କଲିଙ୍ଗନଗର ରେ ଥିବା କାରଖାନା ମାନେ ନିଜର ସୁବିଧା ପାଇଁ ରେଳପଥ ନିର୍ମାଣ,ପାଣି ପାଇପିଲାଇନ ନେଉଥିବା ଯୋଗୁଁ କଲିଙ୍ଗନଗର ରେ ବହୁ ସ୍ଥାନଗୁଡିକ ରେ ମହରମ ଗଛିତ ହୋଇ ରହିଛି।ଯାହା କି ମାଣତିରା ପଞ୍ଚାୟତ ର ଖାତା ନମ୍ବର ୧୯୧ ପ୍ଲଟ ନମ୍ବର ୨ ରେ ହଜାର ହଜାର ଟ୍ରିପ ମହରମ ଗଛିତ ରହିଛି। ଏହା ଏକ କାରଖାନା କୁ ରେଲୱେ ରାସ୍ତା ଯାଉଛି। ଠିକ ସେହିପରି କାଜୁଜଙ୍ଗଳ କୁ ଲାଗି ଖାତା ନମ୍ବର ୫୨ ପ୍ଲଟ ନମ୍ବର ୪ ରେ ବହୁତ ବଡ଼ ବଡ଼ ଗାଡ଼ ମାନ ବହୁତ ଦିନ ହେଲା ରହିଅଛ କିନ୍ତୁ ସେଠାରେ ମହରମ ଚୋରି ହବାର କୌଣସି ଚିହ୍ନ ନାହିଁ।ଏ ସମସ୍ତ ତଥ୍ଯ ମଧ୍ଯ ପ୍ରସାସନଙ୍କ ପାଖରେ ରହିଛି। ମାତ୍ର ରେଲୱେ ସାଇଟ୍ ରେ ପଡିଥିବା ମହରମ ର ଫୋଟ ଉଠାଇ କିଛି ବ୍ଯକ୍ତି ମନ୍ଦ ଉଦ୍ଦେଶ୍ଯ ରଖି ଗଣମାଧ୍ୟମ ର ସହାୟତାରେ ନିକଟସ୍ଥ ଗାଁକୁ ବଦନାମ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଯାହା କୁ ତିବ୍ର ବିରୋଧ କରିଛନ୍ତି ପଙ୍କପାଳ ଗ୍ରାମବାସୀ ମାନେ ଏବଂ ଚେତାବନୀ ମଧ୍ଯ ଦେଇ କହିଛନ୍ତି କି ଆଗକୁ ବିନା କାରଣ ରେ ଗ୍ରାସ କୁ ବଦନାମ କରିବା ପାଇଁ ଚେ଼ଷ୍ଟା କରନ୍ତି ତେବେ ସେମାନେ ଆଇନ୍ ର ଆଶ୍ରୟ ନେବେ |

Leave a Reply

Your email address will not be published. Required fields are marked *