ମଧ୍ୟାହ୍ନ ଭୋଜନ ଦୁର୍ନୀତି ଅଭିଯୋଗ, ବିଜେପି ପ୍ରେସ ମିଟ୍

ଫୋକସ ପ୍ଲସ (ଜୟପୁର)୨୬/୦୭/୨୦୨୨: ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଦୁର୍ନୀତି ଖବର ପ୍ରସାରଣ ପରେ ସରଗରମ ହୋଇଛି ରାଜନୀତି । ସେପଟେ ଆରମ୍ଭ ହୋଇଯାଇଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି।ଜିଲ୍ଲା ବିଜେପି ପକ୍ଷରୁ ଜୟପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ ଦୁର୍ନୀତି ମାମଲାରେ ସିଧାସଳଖ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସଂପୃକ୍ତ ରହିଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ ଏହାସହ ଜିଲ୍ଲାରେ ଠିକା ନେଇଥିବା ଦୁଇଟି ସଂସ୍ଥାକୁ ତୁରନ୍ତ ତଦନ୍ତ କରି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗୈାତମ ସାମନ୍ତରାୟ। ନଚେତ୍ ଆଜି ସନ୍ଧ୍ୟା ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ସାମନ୍ତରାୟ।ଏପରିକି କୌଣସି ତଦନ୍ତ ନ କରି ଶିକ୍ଷକଙ୍କ ଉପରେ ଦୋଷ ଲଦିବା ସହ ସି.ଆର୍.ସି.ସି.ଙ୍କୁ କାର୍ଯ୍ୟରୁ ଅବ୍ୟାହତି ସହ ଡାଟା ଏଣ୍ଟ୍ରି ଅପରଟୋର୍ ଙ୍କୁ ବହିଷ୍କାର ତୁରନ୍ତ ଫେରେଇ ନିଅନ୍ତୁ ନଚେତ୍ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ସେପଟେ ଏ ମାମଲା ବିଧାନସଭାରେ ହୁଲସ୍ଥୂଳ ହୋଇଛି।ହୁଲସ୍ତୁଲ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ପୂର୍ଣ ତଥ୍ୟ ମାଗିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବ୍ଲକରେ ବଣ୍ଟନ କରାଯାଉଥିବା ସ୍କୁଲର କେଉ ପରିସ୍ଥିତିରେ ଏପରି ଉପୁଜିଲା ସେ ନେଇ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ କମିଟି ଗଠନ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହାରି ଭିତରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ସି.ଆର.ସି.ସି. ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କ କାର୍ଯ୍ୟାନ୍ତର କରିଛନ୍ତି ଯାହାର ପ୍ରଭାବ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜାରି ରହିଛି।ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକଙ୍କ ଉପରେ ଦୋଷ ଲଦିବା ପରେ ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ଶିକ୍ଷକଙ୍କ ନିକଟରୁ ମୁକ୍ତ କରାଯାଉ ବୋଲି ଶିକ୍ଷକ ସଂଘ ନେତା ଦାବି କରିଛନ୍ତି।ସେପଟେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ଏହାସହ ଏ ଯାଏଁ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କ୍ଷୋବ ପ୍ରକାଶ କରିଛନ୍ତି ।ସେପଟେ ବିଜେପିର ଏପରି ଅଭିଯୋଗକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ଏବ ଯେଉଁ ମାନେ ପ୍ରେସ ମିଟ୍ କରି ତଦନ୍ତକୁ ଭୂଆଁ ବୁଲେଇବାକୁ ଚେଷ୍ଟା କରୁଛନ୍ତି ଏହା ଏକ ଲଜ୍ୟାଜନକ କଥା ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି। ଏବଂ ତାଙ୍କୁ ମୁଁ ନଜରରେ ରଖି ନାହିଁ,କି ମୋ ଖାତା ହିସାବରେ ନାହିଁ, ଏବଂ ମୁଁ ତାଙ୍କୁ ଗୁରୁତ୍ବ ନିଏ ନାହିଁ ବୋଲି ମଧ୍ୟ ତାରା କହିଛନ୍ତି। ସମସ୍ତ ସ୍କୁଲର ରିପୋର୍ଟ ଆସିବା ପରେ ଠିକାସଂସ୍ଥା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ଜୟପୁର ରୁ ଶୁଭାଶିଷ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *