ଫୋକସ ପ୍ଲସ 23/2/23( ଉଦଳା):ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଯୋଗୁ ବିଦ୍ୟାଳୟ ସାମ୍ନାରେ ଥିବା ଆମ୍ବ ବଗିଚାରେ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲ ଗେଟରେ ତାଲା ମାରି ଧାରଣା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁହାମାଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଅନିୟମିତତାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଗତ କାଲି ଚାଉଳ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା । ତେବେ ଗତ କାଲିର ଘଟଣା ନୁହେଁ ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବହେଳା କରୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।
ଅନେକ ସମୟରେ ପିଲା ମାନଙ୍କୁ ଠିକ୍ ଖାଦ୍ୟ ଖାଇବା ପାଇଁ ଦିଆଯାଉଥିବା ନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ପ୍ରଧାନ ଶିକ୍ଷକଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ତାଙ୍କୁ ବଦଳି ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ। ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଏ ସମ୍ପର୍କରେ କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଚାଉଳ ଏଲଟମେଣ୍ଟ ନଥିବା କହିଥିବା ବେଳେ ଘଟଣା ସ୍ଥଳକୁ ନୋଡାଲ ଅଫିସରଙ୍କୁ ପଠାଯାଇଛି ଚାଉଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଏହି ପରିକି ଉକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଦାବୀ ହୋଇଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।