ଫୋକସ ପ୍ଲସ 23/2/23(ବ୍ୟୁରୋ):ଗୀତ ଗାଈ ଚର୍ଚ୍ଚାରେ ବିବାହର ଜଣେ ଯୁବକ | ଆଜ୍ଞା ହଁ ଏହି ଯୁବକଙ୍କ ସ୍ୱରରେ ମତୁଆଲା ହୋଇଛନ୍ତି ସୋନୁ ସୁଦ | ଖାଲି ଏତିକି ନୁହେ ଉକ୍ତ ଯୁବକଙ୍କୁ ସେ ବଲିଉଡରେ ଗୀତ ବୋଲିବା ପାଇଁ ଅଫର ମଧ୍ୟ ଦେଇଛନ୍ତି | ସୋସିଆଲ୍ ମିଡିଆରେ ନିଜର ସୁନ୍ଦର ସ୍ୱର ପାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିହାରର ଯୁବକ ଅମରଜିତ ଜାକର। ଅମରଜିତ କୌଣସି ପେଶାଦାର ସିଙ୍ଗର ନ ହୋଇଥିଲେ ବି ତାଙ୍କ ଗୀତକୁ ଖୁବ୍ ପ୍ରଶଂସା କରିଛନ୍ତି ୟୁଜର୍ସ। ତାଙ୍କର ଏକ ଭିଡ଼ିଓ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଏମିତିକି ଫେସବୁକରେ ୪.୫ ମିଲିୟନ୍ ଭ୍ୟୁଜ ମଧ୍ୟ ମିଳିଛି । ତେବେ ୨୧ ବର୍ଷୀୟ ଅମରଜିତ ବିହାରର ସମସ୍ତିପୁର ଜିଲ୍ଲାର ବହୁଆ ଗାଁର ବାସିନ୍ଦା ବୋଲି ଜଣାପଡିଛି । ଭାଇରାଲ୍ ହେବାକୁ ନେଇ ସେ କହିଛନ୍ତି, ‘‘ପୂର୍ବରୁ ଲାଗୁଥିଲା ମୁଁ ଠିକଠାକ୍ ଗାଉଛି କିନ୍ତୁ ଏବେ ଭାଇରାଲ୍ ହେଲା ପରେ ସେମିତି କିଛି ଫିଲ୍ ହେଉନି। ଇଣ୍ଡିଆନ୍ ଆଇଡଲରେ ଗାଇବା ମୋର ସ୍ୱପ୍ନ ଅଛି। ଯୁକ୍ତ ୩ର ପ୍ରଥମ ବର୍ଷରେ ପଢୁଥିବା ଅମରଜିତଙ୍କ ମୁଖ୍ୟ ଲକ୍ଷ ହେଉଛି ଗୀତ ଗାଇବା। ଏନେଇ ସେ କୁହନ୍ତି, ମୁଁ ଆଗରୁ ଷ୍ଟେଜ ଶୋ କରୁଥିଲି । ଖାସ୍ କରି ବଡ଼ବଡ଼ ଫଙ୍କସନରେ ଗୀତ ଗାଇବା ଆରମ୍ଭ କରିଥିଲି । ପୂର୍ବରୁ ସେ ପାର୍ଟି ଫଙ୍କସନରେ ୱେଟର ଭାବେ କାମ କରୁଥିଲେ । ଧିରେଧିରେ ସେହି ଫଙ୍କସନରେ ଗାଇବା ମଧ୍ୟ ଆରମ୍ଭ କରିଥିଲେ। ତେବେ ଭାଇରାଲ୍ ହେଉଥିବା ଏହି ଭିଡ଼ିଓକୁ ବଲିଉଡର ନାମୀଦାମୀ ସେଲିବ୍ରିଟି ମଧ୍ୟ ଶେୟାର କରିଛନ୍ତି ।
ତେବେ ପ୍ରଥମେ ପରିବାର ଲୋକେ ତାଙ୍କୁ ସହଯୋଗ କରୁନଥିଲେ । କିନ୍ତୁ ଥରେ ସେ ଏକ ଇଭେଣ୍ଟରେ ଜିତି ପୁରସ୍କାର ସ୍ୱରୂପ ୬୦୦୦ ଟଙ୍କା ପାଇଥିଲେ ଏବଂ ସେଥିରେ ଘର ପାଇଁ ଏକ ଗ୍ୟାସ ସିଲିଣ୍ଡର କିଣିଥିଲେ । ପରେ ପରେ ତାଙ୍କୁ ପରିବାରର ସମର୍ଥନ ମିଳିବାରେ ଲାଗିଥିଲା ଆଉ ତାଙ୍କୁ ଆଗକୁ ବଢିବା ପାଇଁ ସହଯୋଗ ମଧ୍ୟ ମିଳିଥିଲା | ତେବେ ଅନେକ ଯୁବକ ଯୁବତୀଙ୍କ କ୍ଷେତ୍ରରେ ଏମିତି ହୋଇଛି | ନିଜର ମଧୁର ସ୍ୱରରେ ସମସ୍ତଙ୍କ ମନ ଜିତି ଚର୍ଚାର ବିଷୟ ପାଲଟିଛନ୍ତି ଏବଂ ତାଙ୍କୁ ବଲିଉଡରୁ ଅନେକ ଅଫର ମଧ୍ୟ ଆସିଛି |