ଫୋକସ ପ୍ଲସ ୨୪/୧/୨୩(ଖୋର୍ଦ୍ଧା):ଏହି କିଛି ଦିନର କଥା ଆପଣ ମାନେ ଜାଣିଥିବେ ଯେ ଏକ ସୁଟକେଶରୁ ଜଣେ ପୁରୁଷଙ୍କ ମୃତ ଦେହ ମିଳିବା କଥା | କିଏ ଏଭଳି ହତ୍ୟା କରିଛି ସେନେଇ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଥିଲା ଏବଂ ହତ୍ୟାକାରୀକୁ ଖୋଜା ଯାଉଥିଲା | ଆଜି ସେହି ହତ୍ୟାକାରୀ ନିଜେ ସ୍ୱୀକାର କରିଛି ଯେ ହତ୍ୟାକାରୀ ସେ ନିଜେ ବୋଲି | ସେ ହତ୍ୟାକାରୀ ଆଉ କେହି ନୁହେ ଉକ୍ତ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ | ତେବେ କଣ ପାଇଁ ମହିଳା ଜଣକ ନିଜ ସ୍ୱାମୀଙ୍କର ହତ୍ୟାକାରୀ ସାଜିଲେ ସମ୍ପୂର୍ଣ ତଥ୍ୟ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ |ହତ୍ୟାକାରୀ ମହିଳା ଜଣକ ହେଉଛନ୍ତି ଲିଲି ଦାସ | ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲା ରଣପୁର ଥାନା ବଳଭଦ୍ରପୁର ପଂଚାୟତ ଲାଖପଡା ଗ୍ରାମର ମନୋରଞ୍ଜନ ମହାପାତ୍ର |ଉଭୟ ଲିଲି ଏବଂ ମନୋରଞ୍ଜନ ପ୍ରେମ ବିବାହ କରିଥିଲେ | ପ୍ରେମ ବିବାହ ପରେ ମନୋରଞ୍ଜନ ଲିଲିଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଖୁବ ନିର୍ଯ୍ୟାତନା ଦେଉଥିଲେ | ଲିଲି ଭାବିଥିଲେ ବିବାହ ପରେ ସୁଖରେ ସଂସାର କରିବେ କରିବେ ଏବଂ ସବୁଦିନ ଖୁସିରେ ରହିବେ କିନ୍ତୁ ଦିନକୁ ଦିନ ତାଙ୍କ ଉପରେ ଅତ୍ୟାଚାର ହେଲା ଏବଂ ଅତ୍ୟାଚାର ଅସମ୍ଭାଳ ହେଲା | ଅତ୍ୟାଚାର ସହି ନପାରି ଶେଷରେ ସେ ତାଙ୍କ ସ୍ୱାମୀଙ୍କୁ ମାରିବାକୁ ମଧ୍ୟ ପଛେଇଲେ ନାହିଁ | ନିଜ ସମ୍ପର୍କୀୟ ଭାଇ ଏବଂ ସାଙ୍ଗ ସହିତ ମିଶି ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଏବଂ ହତ୍ୟା କରିବା ପରେ ନିଜର ଦୋଷ ଲୁଚେଇବା ପାଇଁ ମୃତ ଦେହକୁ ଏକ ସୁଟ କେଶରେ ଭର୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ | ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ଏକ ଟ୍ରଲି ବ୍ୟାଗରୁ ମୃତ ଦେହ ଜବତ ଘଟଣାରେ ଗିରଫ ହୋଇଥିବା ଲିଲି ଦାସ ଏଭଳି ଭାବେ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ଆଗରେ ନିଜର ସ୍ବୀକାରୋକ୍ତି ଦେଇଥିଲେ | ଅଭିନବ ଉପାୟରେ ମୃତ ଦେହ ଫିଙ୍ଗିବା ପାଇଁ ଅଭିଯୁକ୍ତ ମାନେ ଯେଉଁ ଟ୍ରଲି ବ୍ୟାଗର ସାହାରା ନେଇଥିଲେ ତାହା ହିଁ ସେମାନଙ୍କୁ ଧରା ପକାଇ ଦେଇଥିଲା ବୋଲି ପୋଲିସ ସୂଚନା ଦେଇଛି | ଏହି ଘଟଣାରେ ଚାନ୍ଦପୁର ଥାନା ଅନ୍ତର୍ଗତ ରାଜଜଙ୍କିଆ ଗ୍ରାମର ଲିଲିଙ୍କ ସମେତ ଟାଙ୍ଗି ଥାନା ଅଂଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ ଏବଂ ଚାନ୍ଦପୁର ଥାନା ଅଂଚଳର ସମ୍ପର୍କୀୟ ମିଟୁ ଦାସଙ୍କୁ ଗିରଫ କରାଯାଇଥିବା ଖୋର୍ଦ୍ଧା ଏସ ପି ସିଦ୍ଧାର୍ଥ କଟାରିଆ କହିଛନ୍ତି | ତେବେ ଏହି ଘଟଣାରେ ମାଷ୍ଟର ପ୍ଲାନିଙ୍ଗ ହୋଇଥିଲା | ସ୍ଵମୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲିଲି ବିକ୍ରମ କୁମାର ଏବଂ ମିଟୁଙ୍କୁ ଯୋଗାଯୋଗ କରିଥିଲେ | ଗତ ୨୧ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ଟ୍ରଲି ବ୍ୟାଗ କିଣି ମନୋରଂଞ୍ଜନଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କୁ ପ୍ରଚୁର ମଦ ପିଆଇ ନିଶାସକ୍ତ କରାଇଥିଲେ | ପରେ ୩ ଜଣ ମିଶି ମନୋରଂଜନଙ୍କୁ ଏକ ଦଉଡ଼ିରେ ତଣ୍ଟି ଚିପି ମାରିଦେଇଥିଲେ | ସେହି ରାତିରେ ହିଁ ତାଙ୍କର ମୃତ ଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତିକରି ୩ ଜଣ ବାଇକରେ ନେଇ ନାଚୁଣୀ ହରିପୁର ଜଙ୍ଗଲରେ ନେଇ ଫୋପାଡ଼ି ଆସିଥିଲେ |ପରେ ମୃତ ଦେହ ଠାବ ହେବା ପରେ ଲିଲି ସମସ୍ତଙ୍କ ସାମନାରେ ମିଛରେ କାନ୍ଦିବାର ଅଭିନୟ କରିଥିଲେ | ପୋଲିସ ଘଟଣାର ତଦନ୍ତ କରି ଟ୍ରଲି ବ୍ୟାଗ ଉପରେ ନଜର କେନ୍ଦ୍ରୀଭୂତ କରିଥିଲା | ଏହା ଏକ ବଡ ଆକାରର ହୋଇଥିବାରୁ ଆଖ ପାଖ ସବୁ ବଡ ଦୋକାନରେ ତଦନ୍ତ କରିଥିଲା | ସବୁ ଦୋକାନରେ ସିସିଟିଭି ଯାଞ୍ଚ କରିବା ବେଳେ ଅଭିଯୁକ୍ତ ବିକ୍ରମର ଚେହେରା ନଜରକୁ ଆସିଥିଲା | ତେଣୁ ପୋଲିସ ପ୍ରଥମେ ବିକ୍ରମକୁ ଉଠାଇଥିଲା ଏବଂ ତାକୁ ଜେରା କରିଥିଲା ପରେ ଅନ୍ୟମାନଙ୍କୁ କବ୍ଜାକୁ ନେଇଥିଲା | ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସପି କହିଛନ୍ତି | ଗିରଫ ମାନଙ୍କ ବିରୋଧରେ ନାଚୁଣୀ ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି | ଏନେଇ ଅଧିକ ତଦନ୍ତ ଜାରି ହୋଇଥିବା ଏସପି ଶ୍ରୀ କଟାରିଆ କହିଛନ୍ତି |
ମତେ ନିର୍ଯାତନା ଦବାରୁ ମୁଁ ତାକୁ ମାରିଦେଲି |
