ଫୋକସ ପ୍ଲସ (କଳାହାଣ୍ଡି )୨୩/୦୭/୨୦୨୨: ଜୁନାଗଡ଼ ମଡେଲ NAC ରେ ବିକାଶ ର ଚିତ୍ର ଉପରେ ଚକାଚକ ଭିତରେ ଫମ୍ପା।ଜୁନାଗଡ଼ ସହରର ୧no ୱାର୍ଡ ହିଂଜିଲି ବାହାଲି ଷ୍ଟାଡିୟମ ପଡା ଯିବା ରାସ୍ତାରେ ଏକ ନିମ୍ନମାନର ରାସ୍ତା ନିର୍ମାଣ ହେବାର ନଜର ଆସିଛି।ବିନା ସୂଚନା ଫଳକ ରେ କେତେ ଟଙ୍କା ର କାମ ଓ କୋଉ ବିଭାଗର କାମ ଲୋକଙ୍କ ପାଖରେ ସୂଚନା ନାହିଁ ।ପେବର ବ୍ଲକ କାମ ହେଉଛି କିନ୍ତୁ ନା ବାଲି ଭଲ ରେ ଫିଲିଙ୍ଗ ହେଉଛି ନା ସାଇଡ ୱ।ଲ ହେଇଛି।କାମ ପାଖରେ ନା ବିଭାଗୀୟ ଅଧକାରୀ କି ସମ୍ପୃକ୍ତ ଠିକାଦାର ଙ୍କ ଦେଖାନାହିଁ।ପୂର୍ବରୁ ମଧ୍ୟ ମୁକ୍ତା ଯୋଜନାରେ ସହରର ରାସ୍ତା ର ସସୌନ୍ଦର୍ୟିକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେଇଛି। ଛଅ ମାସ ନ ପୁରୁଣୁ ବର୍ଷା ରେ ପେବରବ୍ଲକ କାମ ଭୁଶୁଡି ଗଲାଣି। ସମ୍ପୃକ୍ତ ଜେଇ ନାରାୟଣ ମହାରଣା ଙ୍କୁ ପଚାରି ବାରୁ କାମ ଆରମ୍ଭ ହେଇନଥିବା କହି ଥିବା ବେଳେ କାମ କୁ ତରବରିଆ ଭାବରେ କରି ଠିକାଦାର ଲୁଟିବାର ଉଦ୍ୟମ କରୁଛନ୍ତି।ଜେଇ ବାବୁ ଓ ଠିକାଦାର ର ମଧୁଚନ୍ଦ୍ରିକା ଥିବା ଲୋକେ ସନ୍ଦେହ କରୁଛନ୍ତି।
