ଫୋକସ ପ୍ଲସ (ଛତ୍ରପୁର)୨୭/୦୭/୨୦୨୨: ଦୀର୍ଘ ୬ ବର୍ଷ ପରେ ମଧ୍ୟ ଛତ୍ରପୁର ନୂତନ ବସଷ୍ଟାଣ୍ଡ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇ ଛିଡା ହୋଇଥିଲେ ମଧ୍ୟ ଯାତ୍ରୀ ମାନଙ୍କ କାର୍ଯ୍ୟରେ ଆସିପାରୁନି କି ବସ ନୂତନ ବସ ଷ୍ଟାଣ୍ଡରେ ସତେଯେମିତି ବସ ଗଡିବାକୁ ମନେକରୁନି | ଛତ୍ରପୁର ବାସି କେତେ ଆଶା କରିଥିଲେ ନୂତନ ବସ ଷ୍ଟାଣ୍ଡ ହେବ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରୁ ରୁ ସବୁ ବସ ଆସି ଏଠାରେ ସମାଗମ ହେବେ ଓ ଭିଭିନ୍ନ ଅଞ୍ଚଳ ଜିଲ୍ଲା,ରାଜ୍ୟକୁ ଗୋଟିଏ ସ୍ଥାନରୁ ସବୁ ପ୍ରକାର ବସ ସେବା ପାଇବା ସହ ଯାତ୍ରୀମାନେ ସବୁ ପ୍ରକାର ସୁବିଧା ପାଇବେ ହେଲେ ଏଥି ପ୍ରତି ସତରେ ଯେମିତି ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବ | ଛତ୍ରପୁର ବାସୀଙ୍କୁ ସରକାରଙ୍କ ଅଣଦେଖା କରୁଥିବା ମନେ ହେଉଛି | ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ କେବଳ କିଛି ଦିନ ସରକାରୀ କାର୍ଯ୍ୟକ୍ରମ କରିବା ସହ ଟ୍ରାକ୍ଟର ବଣ୍ଟନ ଭଳି କାର୍ଯ୍ୟକ୍ରମ ହେଉଛି | ଉକ୍ତ ଷ୍ଟାଣ୍ଡ ଏବେ ମଦୁଆ ,ଅସଦଲୋକ ଓ କୁକୁର ମାନଙ୍କ ଆଡାସ୍ଥଳୀ ପାଲଟିଛି | ୬କୋଟି ଟଙ୍କାରେ ତିଆରି ହୋଇଥିବା ନୂତନ ବସଷ୍ଟାଣ୍ଡର ଅବସ୍ଥା ଛଅ ବର୍ଷପରେ ନକହିବା ଭଲ,କୋଉଠି ଟାଇଲ୍ ଭାଙ୍ଗି ଅତଡ଼ା ପଡ଼ିଲାଣି ତ ପଙ୍ଖା କୁଡିକ ଜଙ୍ଗ ଖାଇ ତଳକୁ ଖସି କଲାଣି | ହେଲେ ନୂତନ ବସଷ୍ଟାଣ୍ଡର ଗୋଟିଏ ପ୍ରଶ୍ନ କେବେ ଆସିବ ମୋ ଦାଣ୍ଡକୁ ବସ ଓ କେବେ ଯାତ୍ରୀ ରେ ଭରି ହେବ ମୋ ଏହି ବସଷ୍ଟାଣ୍ଡ |
