ଭୁଲିଗଲେ ସାମାନ୍ୟତମ ସମ୍ମାନବୋଧ

ଫୋକସ ପ୍ଲସ(କୋଣାର୍କ)୧୬/୦୮/୨୦୨୨: ଆଜି ଦେଶରେ ସବୁଆଡେ ସ୍ଵାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦ୍ କି ଅମୃତ ଉତ୍ସବ ପାଳନ କରାଯାଉଥିବା ବେଳେ ଭାରତ ର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ଘର୍ ଘର୍ ତ୍ରିରଙ୍ଗା ପତାକା ଉଡ଼ାଯାଉଛି। ଏଠି କିନ୍ତୁ ବାସ୍ତବ ଚିତ୍ର ପୁରାପୁରି ଓଲଟା। ଭଲଭାବରେ ନଜରପକାନ୍ତୁ, ଏହି ଦୃଶ୍ୟ ବୟାନ କରୁଛି ଯେ ଏଠାରେ କିପରି ଜାତୀୟ ପତାକା କୁ ସମ୍ମାନ ଦିଆଯାଇଛି।ଏହି ଦୃଶ୍ୟ ଟି ହେଇଛି ଖୋଦ୍ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଅନସରା ଗ୍ରାମରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ସାମ୍ମା ର ଦୃଶ୍ୟ । ଏଠାରେ ଆଜି ଅଗଷ୍ଟ୧୫ ସ୍ଵାଧୀନତା ଦିବସ ଅବସରରେ କରାଯାଇଥିଲା ପତାକା ଉତ୍ତୋଳନ ।ସୂଚନା ଥାଉକି ପତାକା ଉତ୍ତୋଳନ ପରେ ସେଠାରେ ରୁଣ୍ଡ ହୋଇଥିବା ମହିଳା ମହାସଂଘର ସଭ୍ୟା ଓ କିଛି କର୍ମକର୍ତ୍ତା ଜାତୀୟ ପତାକା କୁ ସ୍ତମ୍ଭ ଚାରିପଟେ ତଳେ ପୋତି ଚାଲିଯାଇଥିଲେ। ପରେ କିଛି ଛେଳି ଓ କୁକୁର ସେ ପତାକାକୁ ନେଇ ଅନ୍ୟତ୍ର ଫୋପାଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେ଼ଇ ସାରା ଅଞ୍ଚଳ ରେ ଏହାକୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ କାହିଁକି ଏପରି କାର୍ଯ୍ୟ କରାଯାଉଛି। ଏ ନେଇ ଉକ୍ତ ପଞ୍ଚାୟତ ର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଅସମ୍ମାନଜନକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଣ ନେଇଛନ୍ତି ପଦକ୍ଷେପ ତାହା କେବଳ ଦେଖିବାକୁ ରହିଛି।

କୋଣାର୍କ ରୁ ଆଶିଷ ରଂଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ ।

Leave a Reply

Your email address will not be published. Required fields are marked *