ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଲା ଟଙ୍କାର ପାହାଡ଼। ନଗଦ……

ଅବସରର ଦିନକ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ RD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡ଼ଙ୍ଗୀ । ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଲା ଟଙ୍କାର ପାହାଡ଼ । ନଗଦ ଅଢ଼େଇ କୋଟି ସିଜ୍ । ଚାରିଆଡ଼େ ମାଳ ମାଳ ଫ୍ଲାଟ୍ ଓ ପ୍ଲଟ । ରେଡ୍ ବେଳେ ଝରକା ପଟେ ଫିଙ୍ଗିଦେଲେ ବିଡ଼ା ବିଡ଼ା ଟଙ୍କା ।

୪୫ ଦିନ ଆଗରୁ ଟ୍ରାକ୍‌ରେ ରଖିଥିଲେ । ଅବସର ନେବାର ଦିନକ ପୂର୍ବରୁ ରେଡ୍‌ କଲା ଭିଜିଲାନ୍ସ । ଆଉ ଯେଉଁ ସମ୍ପତ୍ତି ମିଳିଲା, ତାହା ଚକିତ କରିଦେବା ଭଳି । ଆରଡି ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଘରୁ ମିଳିଛି ପାହାଡ ଉଚ୍ଚର ଟଙ୍କା । ବାବୁଙ୍କ ଏତେ ଲୋଭ ଯେ, ଧରା ପଡ଼ିବା ପୂର୍ବରୁ ଝରକା ଦେଇ ଟଙ୍କା ବିଡ଼ା ବାହାରକୁ ଫିଙ୍ଗୁଥିଲେ । ଯାହା ଭିଜିଲାନ୍ସ ନଜରରୁ ବର୍ତ୍ତିପାରିନାହିଁ । ରେଡ୍‌ ବେଳେ ନଗଦ ଏକ କୋଟି ୨୧ ଲକ୍ଷ ଟଙ୍କା ମିଳିଥିବା ବେଳେ ଫ୍ଲାଟ, ପ୍ଲଟ ସାଙ୍ଗକୁ ସେୟାର ମାର୍କେଟରେ ୨ କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବୈକୁଣ୍ଠ । ଅଧିକ ଖୋଳତାଡ଼ ଚାଲିଛି । ଏହି ସମ୍ପତ୍ତିର ପରିମାଣ ଆହୁରି ବଢ଼ିବା ସମ୍ଭାବନା ରହିଛି । ଘରର ଝରକା ଦେଇ ବାହାରକୁ ଟଙ୍କା ଫିଙ୍ଗୁଥିବାର ଦୃଶ୍ୟ ବି ଭିଜିଲାନ୍ସ କଏଦ କରିଛି ।

Leave a Reply

Your email address will not be published. Required fields are marked *