ଭିନ୍ନ ଏକ ମଣିଷ,ଯେ କି ବୁଝିପାରେ ପଶୁ ପକ୍ଷୀଙ୍କ ମନ କଥା।

ଫୋକସ ପ୍ଲସ 21/2/23( ବୌଦ୍ଧ): ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଯମଟାଙ୍ଗୀରେ ରହୁଥିବ ସୁନୀତା ପ୍ରଧାନ । ସୁନୀତା ଏକ ଏମିତି ବ୍ୟକ୍ତି ଯେ କି ବୁଝି ପାରନ୍ତି ପ୍ରତି ପଶୁଙ୍କ ମନର ବେଦନାର କଥା । ସୁନୀତା ପେଶାରେ ଜଣେ ଶିକ୍ଷୟତ୍ରୀ,ହେଲେ ନିଶା ତାଙ୍କର ବିଭିନ୍ନ ପଶୁ ପକ୍ଷୀଙ୍କୁ ଭଲ ପାଇବା ଓ ସେବା କରିବା । ହଁ ଦର୍ଶକ ବନ୍ଧୁ

ଏମିତି ସ୍ୱାର୍ଥପର ଦୁନିଆଁରେ ଏମିତି ଏକ ଶିକ୍ଷୟତ୍ରୀ ପରିବାରର ଅନାବିଳ ସ୍ନେହ ଓ ପଶୁଙ୍କ ହୃଦୟ କିଣୁଥିବା ବ୍ୟକ୍ତି ଓ ପରିବାର ସତରେ ସାରା ସମାଜକୁ ଏକ ନିଆରା ବାର୍ତ୍ତା ଦେଇଥାଏ । ଆମ ପ୍ରତିନିଧି କୌଣସି ନିଉଜ କଭରେଜ ପାଇଁ ବାଉଁଶୁଣି ପ୍ରାଣୀ ଚିକିତ୍ସାଳୟକୁ ଯାଇଥିବା ବେଳେ ଏକ ବୁଲା କୁକୁରର ଚିକିତ୍ସା ଦେଖି ଘଟଣା ବିଷୟରେ ଶିକ୍ଷୟତ୍ରୀଙ୍କ ପୁଅ ସୁବାଶିଷଙ୍କ ସହ କିଛି ଆଲୋଚନା କରିଥିଲେ |

Leave a Reply

Your email address will not be published. Required fields are marked *