ଭିଜିଲାନ୍ସ ଟିମର ତନାଘନା,ଫାଇଲ ଗାଏଵ

ଫୋକସ ପ୍ଲସ ୧୦/୬/୨୨(ହାଟଡ଼ିହି): ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଳକ ଅନ୍ତର୍ଗତ ସଢା ପଞ୍ଚାୟତ ରେ ଭିଜିଲାନ୍ସ ଟିମ ର ତନାଘନା। ପଞ୍ଚାୟତ ରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଲୋକାଯୁକ୍ତ ଓ ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା। ଲୋକାଯୁକ୍ତ ବ୍ଳକ ପ୍ରଶାସନକୁ ଏହି ଘଟଣାକୁ ୬ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ମାଗିବା ଥିବା ବେଳେ ଆଜି ବାଲେଶ୍ଵର ଡିଭିଜନ ର ଭିଜିଲାନ୍ସ ଡ଼ିଏସପି ଡିସି ମୁର୍ମୁ,ଇନିଷ୍ପେକଟର ଦୁଷ୍ମନ୍ତ କୁମାର ନାୟକ ହାଟଡ଼ିହି ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚି ଫାଇଲ ଯାଞ୍ଚ କରିବା ସହ ସଢା ପଞ୍ଚାୟତ ର ମୋଉଦା ଗ୍ରାମର ଚିଲଡ୍ରେନ ପାର୍କ ଓ ଖେଳପଡ଼ିଆ ଉନ୍ନତି କରଣ ପ୍ରକଳ୍ପ ର ତଦନ୍ତ ଆରମ୍ଭ କରିଛନ୍ତି।ହାଟଡ଼ିହି ରୁ ଦେବବ୍ରତ ବେହେରାଙ୍କ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *