ଫୋକସ ପ୍ଲସ ୧୭/୦୬/୨୨(ଗୋପ):ଗୋପିଗୁଡା ଗାଁ ର ଲଛୁ ମାଝି ନାମକ ଜଣେ ବୃଦ୍ଧ ପ୍ରତିଦିନ ପରି ଆଜି ମଧ୍ୟ ନିକଟସ୍ଥ ଗାଁ ର ସମସ୍ତ ଲୋକଙ୍କ ଗାଇଗୋରୁ ଚରାଇବାକୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ଭିତରେ ଗାଇ ଚରେଇବାକୁ ନେଇଥିଲେ। ହଠାତ୍ ସେତେବେଳକୁ ଗାଇ ଚରାଉଥିବା ସମୟରେ ଲଛୁ ର ପଛପଟେ ଭାଲୁ ଆସି ଅତର୍କିତ ଆକ୍ରମଣ କରିଥିଲା।ଦିର୍ଘ ସମୟ ଧରି ଭାଲୁଟି ଲଛୁ କୁ ତଳେ ପକେଇ ଦେଇ ଲଛୁ ର ଶରୀରର ପେଟ ଓ ପିଠି ହାତ ରେ ଭାଲୁ ର ନଖ ସହାୟତା ରେ ଚମଡା ଓ ମାଂସ ବାହାର କରି ଖ୍ୟତ ବିଖ୍ୟାତ କରିଦେଈଛି।ଭାଲୁ କବଳରୁ ଉଧାର ପାଇଁ ଲଛୁ ବହୁତ ସଂଘର୍ଷ କରି ଚିତ୍କାର କରିବାରୁ ଗ୍ରାମ ଲୋକ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଭାଲୁ କୁ ଘୋଉଡାଇବା ସହିତ ରକ୍ତ ଜୁଡୁଵୁଡୁ ଅଵସ୍ଥା ପଡି ରହିଥିବା ଲଛୁ କୁ ଉଧାର କରି 108 ଗାଡି ଡକାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଲଛୁ ଜଣେ ଅତ୍ୟନ୍ତ ଗରିବ ସେ ଜଣେ ଗାଇ ଚରାଳି ଗାଁ ର ସମସ୍ତର ଗାଇ ଚରାଇଲେ ତାଂକ ପରିବାର ର ପେଟ ଚଳେ। ତାଂକ ପୁଅ ଝିଅ ଥିଲେ ମଧ୍ୟ ସେ ଅଲଗା କରି ଦେଇଥିବାରୁ ବାଧ୍ୟ ହୋଇ ବୟସରେ ଅପରାହ୍ନ ସ୍ଵାମି ଓ ସ୍ତ୍ରୀ ପେଟ ପାଟଣା ପାଇଁ ଗାଁ ର ସମସ୍ତ ଲୋକଙ୍କ ଗାଈ ଚରାଇ ପେଟ ପାଟଣା କରୁଥିଲେ।ଏ ଭଳି ଘଡ଼ି ସନ୍ଦି ମୁହୁର୍ତ୍ତ ରେ ଭାଲୁ କାମୁଡି ଗୁରୁତର କରିଦେଇଥିବାରୁ ଉତମ ଚିକିତ୍ସା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଵନ ବିଭାଗ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାର ବର୍ଗ ଦାଵି କରିଛନ୍ତି।
ଭାଲୁ ଆକ୍ରମଣରେ ଗାଇଚରାଳି ଗୁରୁତର
