ଭାରତ ବିକାଶ ପରିଷଦ ଓଡିଶା ରାଜଧାନୀ ଓ କଳିଙ୍ଗ ଶାଖା ଦ୍ବୟର ଉଦ୍ଘାଟନ ଉତ୍ସବ ମହାସମାରୋହର ଅନୁଷ୍ଠିତ

ଭୁବନେଶ୍ୱର; ଭାରତ ବିକାଶ ପରିଷଦ ସମାଜର ପ୍ରବୃଦ୍ଧ ଓ ସମ୍ପନ୍ନ ବୁଦ୍ଧିଜୀବୀ ମାନଙ୍କର ଏକ ଅଣ ରାଜନୈତିକ, ସଂସ୍କାର ଯୁକ୍ତ ପାରିବାରିକ ସଙ୍ଗଠନ। ୧୬ଟି ଜିଲ୍ଲାକୁ ନେଇ ଗଠିତ ଓଡ଼ିଶା ପୂର୍ବପ୍ରାନ୍ତର ରାଜଧାନୀ ଶାଖା ଓ କଳିଙ୍ଗ ଶାଖାର ଶୁଭ ଉଦ୍ଘାଟନ ଭୁବନେଶ୍ଵର ରେଡକ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଦୁଇଟି ନୂତନ ଶାଖାକୁ ଭାରତ ବିକାଶ ପରିଷଦର ପୂର୍ବକ୍ଷେତ୍ର ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ କ୍ଷେତ୍ରୀୟ ଯୁଗ୍ମ ମହାସଚିବ ଶୁଭାଶିଷ କର ଚାର୍ଟର ପ୍ରଦାନ କରି ଶୁଭ ଉଦ୍ଘାଟନ କରିଛନ୍ତି । ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ସଭାରେ ଅଧକ୍ଷତା କରିବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶାଖା ଦ୍ଵୟର ସମ୍ମାନନୀୟ ଅଧକ୍ଷ, ସଚିବ ଓ କୋଷାଧ୍ୟକ୍ଷଙ୍କୁ ପ୍ରାନ୍ତୀୟ ଅର୍ଥ ସଚିବ ପ୍ରମୋଦ କୁମାର ଦାଶ ଶପଥ ପାଠ କରାଇ ନୂତନ ଦାଇତ୍ୱ ପ୍ରଦାନ କରିଥିଲେ। କଳିଙ୍ଗ ଶାଖା, ଭୁବନେଶ୍ୱରର ଅଧ୍ୟକ୍ଷ ଭାବରେ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ସଚିବ ଭାବରେ ରମାକାନ୍ତ ପଟ୍ଟନାୟକ, ଅର୍ଥ ସଚିବ ଭାବରେ ପ୍ରଦୀପ କୁମାର ସାହୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେହିପରି ରାଜଧାନୀ ଶାଖା, ଭୁବନେଶ୍ୱରର ଅଧକ୍ଷ୍ୟା ଭାବରେ ଆରତୀ ମିଶ୍ର, ସଚିବ ଭାବରେ ଅଜୟ ପ୍ରହରାଜ, ଅର୍ଥ ସଚିବ ଭାବରେ ଉପେନ୍ଦ୍ର ମିଶ୍ର, ଉପ ସଭାପତି ଭାବରେ ଶରତ ଚନ୍ଦ୍ର ଦାସଙ୍କୁ ଦାୟୀତ୍ୱ ମିଳିଛି ।

ଏହି ଶାଖା ଦ୍ବୟ ସମାଜର ସମ୍ପନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଙ୍ଗଠିତ କରି ଗରିବ ପଛୁଆ ବର୍ଗର ଅବହେଳିତ ବ୍ୟକ୍ତିଙ୍କର ସେବାରେ ନିୟୋଜିତ ରହିବେ । ସମାଜରେ ୬୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତା ଓ କୁପୋଷଣର ଶିକାର ହେଉଛନ୍ତି। ସେଥିରୁ ମୁକ୍ତି ଦେବା ଏହି ଦୁଇ ଶାଖା ମୁଖ୍ୟ ଲକ୍ଷ୍ୟ ଭାବରେ ଗ୍ରହଣ କରିବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଅସହାୟଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜଧାନୀ ଓ କଳିଙ୍ଗ ଶାଖା ସଂକଳ୍ପ କରିଛନ୍ତି।

ଅତିଥି ଭାବେ ମହାନଗର ସଂଯୋଜକ ଜଗତମୋହନ ପଟ୍ଟନାୟକ, ପ୍ରାନ୍ତୀୟ ପୃଷ୍ଟପୋଷକ ଦେବେନ୍ଦ୍ର ନାଥ ଦାସ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ୍ୟା ଶ୍ରୀମତୀ ଗୀତା ପଟ୍ଟନାୟକ, ମହିଳା ଓ ବାଲ ସଂସ୍କାରର କ୍ଷତ୍ରିୟ ସଚିବ ସୁପ୍ରିତ ରଥ, ପୂର୍ବତନ ରାଷ୍ଟ୍ରୀୟଉ ଉପାଧ୍ୟକ୍ଷ୍ୟ ସଚିଦାନନ୍ଦ ପଣ୍ଡା ପ୍ରାନ୍ତୀୟ ଉପାଧ୍ୟକ୍ଷ୍ୟା ପୋୖର୍ଣ୍ଣମାସୀ ଦାଶ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ।ପରିଶେଷରେ ବ୍ୟଙ୍ଗକବି ସତ୍ୟନାଶ ଏକ ବ୍ୟଙ୍ଗକବିତା ପାଠ କରିବାସହ କବି ଶଙ୍କର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମହାନ୍ତି, ନୀଳମଣି କର ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ସଦଶ୍ୟଗଣ ଯୋଗଦେଇଥିଲେ। ସଙ୍ଗଠନ ସଚିବ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ସର୍ବଶ୍ରୀ ନିହାର ରଞ୍ଜନ ସ୍ୱାଇଁ,ରାକେଶ ବାରିକ, ରାମଚନ୍ଦ୍ର ଦଳେଇ, ସୁନୀଲ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ
ସୁଶ୍ରୀ ତପସ୍ୱିନୀ ଦାସ ପ୍ରମୁଖଙ୍କ ସହଯୋଗରେ ଉତ୍ସବଟି ମହାନନ୍ଦର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *