ଫୋକସ ପ୍ଲସ(ଭାପୁର): ନୟାଗଡ ଜିଲ୍ଲା ଭାପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ଆଜି ୫ଜିଲ୍ଲାର ଜନପ୍ରତିନିଧି ବୁଲି ଦେଖିଛନ୍ତି। ଓଡିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ତାଲିମ କାର୍ଯ୍ୟକ୍ରମରେ ରାୟଗଡା, ସମ୍ବଲପୁର, ଯାଜପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧା ଜିଲ୍ଲା ଅଧୀନ ବ୍ଲକ ଅଧ୍ୟକ୍ଷ ମାନେ ଭାଗ ନେଇଥିବା ବେଳେ ଆଜି ପୂର୍ବାହ୍ନରେ ଭାପୁର ବ୍ଲକରେ ପହଞ୍ଚିଥିଲେ। ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଜନ ପ୍ରତିନିଧି ମାନେ ପୁଷ୍ପଗୁଛ ଦେଇ ସ୍ଵାଗତ କରିବା ସହିତ ପାଛୋଟି ନେଇଥିଲେ।
ଏହାପରେ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ତାଙ୍କର କିଛି ମାସର ସଂକ୍ଷିପ୍ତ କାର୍ଯ୍ୟକାଳ ମଧ୍ୟରେ ଭାପୁର ଭଳି କୃଷି ପ୍ରଧାନ କ୍ଷେତ୍ରରେ ଆମେ ଯଥାସମ୍ଭବ ବିକାଶ କରିବା ନିମନ୍ତେ ଉଦ୍ୟମ କରିଥିବା କହିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଏବଂ ପ୍ରଶାସନିକ କଳର ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ମତବ୍ୟକ୍ତ କରିଥିଲେ।
ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନ୍ମେଜୟ ସାହୁ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ ଜନପ୍ରତିନିଧି ମାନଙ୍କୁ ଫତେଗଡ ପଞ୍ଚାୟତର ନାଲିସାଗର ପଡିଆ, ନିମାଣି ପଞ୍ଚାୟତର ମିଶନ ଶକ୍ତି ଗୃହ, ବଡସହରା ପଞ୍ଚାୟତର ୫ଟି ଉଚ୍ଚବିଦ୍ୟାଳୟ, ଗୋପାଳପ୍ରସାଦ ପାହଡ ଉପରେ ଥିବା ରାଧାକୃଷ୍ଣ ମନ୍ଦିର ଆଦି ଜନକଲ୍ୟାଣ ମୂଳକ ପ୍ରକଳ୍ପ ଦେଖାଇଥିବା ନେଇ ସୂଚନା ମିଳିଛି।
ଭାପୁରରୁ ନାରାୟଣ ପଲେଇଙ୍କ ରିପୋର୍ଟ