ଫୋକସ ପ୍ଲସ(ବୌଧ)୧୨/୦୮/୨୦୨୨:ବୌଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହାଲ ଛକ ଠାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଭାଇ କୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି |ପ୍ରାପ୍ତ ସୂଚନା ମତେ ଆଜି ଦିନ ୧୧:୩୦ ମିନିଟ୍ ସମୟରେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଲୁଣିବାହଲ କୁ କିଛି ଜିନିଷ ବିକ୍ରି କରିବାକୁ ଆସିଥିଲେ ।ସେହି ସମୟରେ ଯୁବରାଜପୁର ଗ୍ରାମର ତାଙ୍କ ସମ୍ପର୍କୟ ଭାଇ ସୁବାସ ବାରିକ ଏବଂ ପୁତୁରା ଅସିତ ବାରିକ କୋଣସି କାରଣରୁ ଝରିଆ ଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ଏହି ସମୟରେ ଝରିଆ ଙ୍କୁ ସୁବାସ ଏବଂ ଅସିତ ଏକ କଇଛି ଏବଂ କାଠ ଫାଳିଆ ରେ ଆକ୍ରମଣ କରି ଚାଲିଯାଇଥିଲେ ।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଆକୁ ପୁରିଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଝରିଆ ଙ୍କୁ ମୃତ ଘୋଷଣା କରିଥିଲେ।ପୁରୁଣା କଟକ ପୋଲିସ ଶବ କୁ ଜବତ କରି ବ୍ୟବଛେଦ ପାଇଁ ବୋୖଦ୍ଧ ପଠାଇଛି ।ପୁରୁଣାକଟକ ପୋଲିସ ଦୁଇ ଅଭିଯୁକ୍ତ କୁ ସରସରା ଠାରୁ କାବୁ କରିଥିବା ସୂଚନା ମିଳିଛି ।
ବୌଧ ରୁ ସାର୍ଟ ମୁଦୁଲି ରିପୋର୍ଟ ଫୋକସ ପ୍ଲସ |
