ଭାଇର ସାର୍ଟିଫିକେଟରେ ଆର୍ମି ଚାକିରୀ

ଫୋକସ ପ୍ଲସ(ଜଗତସିଂହପୁର)୧୦/୦୮/୨୦୨୨: ବଡ଼ ଭାଇର ସାର୍ଟିଫିକେଟ ଦେଇ ଆର୍ମି ରେ ଚାକିରୀ କରି ଅବସର ନେବା ପରେ ଧରା ପଡିଲେ ଠକ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ମଙ୍ଗୁଲି ଗାଁ ରେ । ଅଭିଯୋଗ ପାଇବା ପରେ ମଙ୍ଗୁଲି ଗାଁ ର ବସନ୍ତ ପଣ୍ଡାଙ୍କୁ ବିରିଡି ପୋଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ।। ମଙ୍ଗୁଲି ଗାଁର ବସନ୍ତ ପଣ୍ଡା 1978 ମସିହାରେ ତାଙ୍କର ବଡ଼ ଭାଇ ହେମନ୍ତ ପଣ୍ଡାଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜ ପତ୍ର କୁ ଜାଲ କରି ହେମନ୍ତ ପଣ୍ଡାଙ୍କ ନାଁରେ ଆର୍ମିରେ ଦୀର୍ଘ ବର୍ଷ ଚାକିରୀ କରିବା ପରେ1995 ମସିହାରୁ ଚାକିରୀରୁ ଅବସର ନେଇ ଘରେ ରହୁଥିବା ସହ ପେନସନ ମଧ୍ୟ ପାଉଥିଲେ । ତେବେ ହେମନ୍ତ ପଣ୍ଡା 12015 ମସିହାରୁ ମୃତ୍ୟୁ ବରଣ କରି ସାରିଥିଲେ ମଧ୍ୟ ତାଙ୍କ ସାନଭାଇ ବସନ୍ତ ପଣ୍ଡା ନିଜକୁ ହେମନ୍ତ ପଣ୍ଡା ବୋଲି ପରିଚୟ ଦେଇ ଆସୁଥିଲେ । ପୋଲିସ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି ।

ଜଗତସିଂହପୁର ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ଫୋକସପ୍ଲସ

Leave a Reply

Your email address will not be published. Required fields are marked *