ଭାଇରଲ ଭିଡିଓକୁ ନେଇ ଥାନାରେ ଏତଲାଦେଲେ ଯୁବତି

ଫୋକସ ପ୍ଲସ (ଚଣ୍ଡିଖୋଲ):ବାଲିଚନ୍ଦ୍ରପୁର ଥାନା ଅଞ୍ଚଳ ରେ ଏକ ଭିଡ଼ିଓ viral ହେଉଛି।ଜଣେ ପୁରୁଷ ଓ ମହିଳା ଙ୍କୁ କିଛି ଲୋକ ଗଛରେ ବାନ୍ଧିଛନ୍ତି। ସତେ ଯେପରି ଶାନ୍ତି ପ୍ରିୟ ଓଡ଼ିଶାରେ ଆଇନ କାନୁନ କିଛି ନ ଥିବା ଭଳି ଜଣା ପଡୁଛି।ଯଦି ଉଭୟ କୌଣସି ଭୁଲ୍ କରିଛନ୍ତି ତା ହେଲେ ଆଇନ ର ଆଶ୍ରୟ ନେଇ ଥାନ୍ତେ ଜିନ୍ତ୍ ଏ ଭଳି ଅମାନବୀୟ କାମ କରିବାକୁ ଏହି ଲୋକଙ୍କୁ ଅଧିକାର ଦେଲା କିଏ।ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ବାଲି ଚନ୍ଦ୍ର ପୁର ଥାନା ମଣ୍ଡୁକା ପଞ୍ଚାୟତ ନୂଆଗଡ ଗ୍ରାମ ରେ। ସେପ୍ଟେମ୍ବର ୧୪ ତାରିଖ ବୁଧବାର ଦିନ ୩ ଟା ବେଳେ ଏହି ଘଟଣା ଟି ଘଟିଥିଲା।

ଏହି ଘଟଣାଟିକୁ କେତେକ ଯୁବକ ଭିଡ଼ିଓ କରି ଭାଇରାଲ୍ କରିଥିଲେ।ଏହି ଘଟଣା ର viral ଭିଡ଼ିଓ ଦେଖିଲା ପରେ ସଂପୃକ୍ତ ଯୁବକ ଙ୍କ ସ୍ତ୍ରୀ ସେପ୍ଟେମ୍ବର ୨୫ ତାରିଖ ବାଲିଚନ୍ଦ୍ରପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଥାନା କିମ୍ବା ଯାଜପୁର ପ୍ରଶାସନ ପକ୍ଷରୁ କୋନସି ନ୍ୟାୟ ପାଇ ପାରିଲେ ନାହିଁ।ତେଣୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିଜ ର ଓ ତାଙ୍କ ସ୍ବାମୀ ଙ୍କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି।

ଚଣ୍ଡିଖୋଲରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *