ଭସାଣି ପରେ ଯୁବକ ନିଖୋଜ, କେନାଲରୁ ମିଳିଲା ମୃତ୍ୟୁ ଦେହ

ଫୋକସ ପ୍ଳସ(କଣ୍ଟାପଡ଼ା): ଗତକାଲି ରାତିରେ ଗଣେଶ ପୂଜା ଭସାଣିରେ ସମସ୍ତେ ନାଚ ଗୀତରେ ମସଗୁଲ।ଭସାଣି ସରିଲା ଯିଏ ଯାହାର ଘରକୁ ଫେରିଗଲେ। କିନ୍ତୁ ରାଜ କିଶୋର ବିଶ୍ବାଳ ନାମକ ଜଣେ ଯୁବକ ବୟସ ୨୪ ବର୍ଷ ଆଉ ଘରକୁ ଫେରି ନଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହେଲେ। ରାତି ପାହିଲା ସକାଳ ହେଲା। ଖବର ମିଳିଲା କେନାଲ ମଧ୍ୟରେ ଏକ ମୃତ୍ୟୁ ଦେହ ଭାସୁଛି। ଖବର ପାଇ ଅଡଶପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ଦେହ ଉଦ୍ଧାର କଲା।

ଖବର ଖେଳି ଗଲା ଗତକାଲି ଯେଉଁ ଯୁବକ ନିଖୋଜ ଥିଲେ ରାଜକିଶୋର ମୃତ୍ୟୁ ଦେହ ବୋଲି ସ୍ପଷ୍ଟ ହେଲା।ଘଟଣାସ୍ଥଳରେ ଓଲଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ରାଜକିଶୋରଙ୍କ ବାପା ରଘୁନାଥ ବିଶ୍ବାଳ ଓଲଟପୁର ଥାନାରେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏବଂ ମୃତ୍ୟୁ ଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତରୁ ସ୍ପଷ୍ଟ ହେବ ରାଜକିଶୋର ବିଶ୍ବାଳଙ୍କ ମୃତ୍ୟୁ କିପରି ହୋଇଛି।ଘଟଣା ଥିଲା ଏମିତି ଗତକାଲି କଟକ ଜିଲ୍ଲା ଓଲଟପୁର ଥାନା ଅଡଶପୁର ବେଢାସାହି ଗାଁରେ ଗଣେଶ ଭସାଣି ଚାଲିଥିଲା। ଗାଁର ଯୁବକ ଭସାଣିରେ ସାମିଲଥିଲେ। ଭସାଣି ସରିଗଲା ମାତ୍ର ଅଡଶପୁର ବେଢାସାହି ଗାଁର ରଘୁନାଥ ବିଶ୍ବାଳଙ୍କ ପୁଅ ରାଜକିଶୋର ଆଉ ଘରକୁ ଫେରି ନଥିଲେ। ଆଜି ସକାଳୁ ଅଡଶପୁର କେନାଲ ମଧ୍ଯରୁ ରାଜକିଶୋରଙ୍କ ମୃତ୍ୟୁ ଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କେଉଁ କାରଣରୁ ରାଜକିଶୋରଙ୍କ ମୃତ୍ୟୁ ହେଲା ଏନେଇ ଅଡଶପୁର ଅଞ୍ଚଳରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି। ତେବେ ରାଜକିଶୋରଙ୍କ ମୁହଁ ଏବଂ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ରାଜକିଶୋରଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ରାଜକିଶୋରଙ୍କ ମୃତ୍ୟୁ ପଛରେ ପ୍ରେମ ଜନିତ ଘଟଣାକୁ ଏଡ଼ାଦିଆ ଯାଇନପାରେ।

କଣ୍ଟାପଡ଼ା ରୁ କବି ପ୍ରସାଦ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *