ଭଗବାନ ଶିବଙ୍କୁ ପୂଜା କଲେ କଣ ମିଳିଥାଏ ଜାଣନ୍ତୁ ରହସ୍ୟ

ଫୋକସ ପ୍ଲସ 15/2/23( ବ୍ୟୁରୋ):ଭଗବାନ ଶିବଙ୍କୁ କେଉଁ ଜିନିଷ ଚଢ଼ାଇଲେ କେଉଁ ଫଳ ମିଳେ, ଜାଣନ୍ତୁ ୭ଟି ବଡ଼ ରହସ୍ୟ ଭଗବାନ ଶିବଙ୍କ ପୂଜା-ଉପାସନା ଓ ଆରାଧନା ପାଇଁ ମହାଶିବରାତ୍ରି ପର୍ବ ବିଶେଷ ମହତ୍ତ୍ୱ ରଖିଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ମହାଶିବରାତ୍ରି ଦିନ ମାତା ପାର୍ବତୀଙ୍କ ବିବାହ ଭଗବାନ ଭୋଳେନାଥଙ୍କ ସହିତ ହୋଇଥାଏ । ଏହି ଦିନ ଶିବଙ୍କୁ ଭକ୍ତମାନେ ଜଳ, ବେଲପତ୍ର, ଭାଙ୍ଗ ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ଅର୍ପଣ କରିଥାନ୍ତି । ତେବେ ମହାଶିବରାତ୍ରି ଦିବସ ବିଷୟରେ ଶାସ୍ତ୍ରରେ ଅନେକ କିଛି ତଥ୍ୟ ଉଲ୍ଲେଖ ରହିଛି ।

୧- ମହାଶିବରାତ୍ରିରେ ଶିବଲିଙ୍ଗରେ ଆଖୁ ରସ ଅଭିଷେକ କଲେ ଧନ, ଦୌଲତ ଓ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଶିବଲିଙ୍ଗକୁ କୁଶା ଜଳରେ ଅଭିଷେକ କରିବା ଦ୍ୱାରା ରୋଗ ଓ ସମସ୍ୟାରୁ ମୁକ୍ତି ମିଳିଥାଏ ।
୨- ଶିବଲିଙ୍ଗରେ ଦୁଧ ଅଭିଷେକ କଲେ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ସେହିପରି ଘିଅ ଅଭିଷେକ କଲେ ବଂଶ ବୃଦ୍ଧି ହୋଇଥାଏ ।
୩- ମହାଶିବରାତ୍ରିର ଶୁଭ ଅବସରରେ ଶିବଲିଙ୍ଗରେ ଧୂତରେ ଫଳ ଓ ପତ୍ର ଅର୍ପଣ କଲେ ଭକ୍ତଙ୍କର ସବୁ ଖରାପ ବିଚାର ନଷ୍ଟ ହୋଇଥାଏ ଓ ସକରାତ୍ମକ ଭାବନା ଆସିଥାଏ ।
୪- ଭଗବାନ ଶିବଙ୍କୁ ଆକ ପୁଷ୍ପ ଓ ପତ୍ର ଅର୍ପଣ କଲେ ଶାରୀରିକ, ଦୈବିକ ଓ ଭୌତିକ କଷ୍ଟ ହରଣ ହୋଇଥାଏ ।
୫- ଶିବଲିଙ୍ଗରେ କ୍ଷୀର ଚଢ଼ାଇଲେ ପିଲାଙ୍କର ମସ୍ତିଷ୍କ ତୀବ୍ର ହୋଇଥାଏ । ମହାଶିବରାତ୍ରିରେ ଭୋଳେନାଥଙ୍କୁ ଆମ୍ବ ପତ୍ର ଅର୍ପଣ କଲେ ଭକ୍ତଙ୍କର କଷ୍ଟ ନିବାରଣ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *