ଫୋକସ ପ୍ଲସ ୨୪/୧/୨୩(ବ୍ୟୁରୋ):ବୟଫ୍ରେଣ୍ଡ ନଥିଲେ କଲେଜ ମନା । କଲେଜର ସବୁ ଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ବୟଫ୍ରେଣ୍ଡ । ଫେବୃୟାରୀ ୧୪ ତାରିଖ ସୁଦ୍ଧା ପ୍ରତ୍ୟେକ ଛାତ୍ରୀ ବୟଫ୍ରେଣ୍ଡ ଯୋଗାଡ କରିବା କଲେଜକୁ ଆସିବାକୁ ପଡିବ । ସେମାନଙ୍କ ସୁରକ୍ଷା ପାଇଁ ବୟଫ୍ରେଣ୍ଡ ରଖିବା ଜରୁରୀ । ଏଭଳି ଏକ ନୋଟିସ ପ୍ରକାଶ ପାଇଛି ଜଗତସିଂହପୁରର ଏସଭିଏମ ଅଟୋନୋମସ କଲେଜରେ । କଲେଜର ନୋଟିସ ବୋର୍ଡରେ ଏକ ନୋଟିସ ଲଗାଯାଇଛି ଯେ, ସମସ୍ତ ଛାତ୍ରୀଙ୍କୁ ସେମାନଙ୍କ ବୟଫ୍ରେଣ୍ଡ ସହ ଏକ ଫଟୋ ଆଣି କଲେଜର ପ୍ରିନ୍ସିପାଲଙ୍କ ନିକଟରେ ସବମିଟ କରିବାକୁ ପଡିବ । ଏବଂ ଝିଅମାନଙ୍କୁ ଏକୁଟିଆ କଲେଜକୁ ଆସିବାକୁ ଦିଆଯିବ ନାହିଁ । ସେମାନେ କଲେଜରେ ପଶିବାକୁ ନିଜର ବୟଫ୍ରେଣ୍ଡର ଏକ ଫଟୋ ଦେଖାଇବାକୁ ବାଧ୍ୟ । ଏଭଳି ଏକ କଲେଜ ନୋଟିସ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାର ଉପରେ ଏବଂ ତଳେ ଜଗତସିଂହପୁର ସ୍ଥିତ ଏସଭିଏମ ଅଟୋନୋମସ କଲେଜର ନାମ ରହିଛି । ଆଉ ତଳେ ରହିଛି କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ । ଯାହାକୁ ନେଇ ଏସଭିଏମ କଲେଜରେ ହଇଚଇ ସୃଷ୍ଟି ହୋଇଛି । ଆଉ କଲେଜର ଛାତ୍ରୀମାନେ ଏହାର ଘୋର ପ୍ରତିବାଦ କରିଛନ୍ତି । ଏଭଳି ଫେକ୍ ନୋଟିସ କଲେଜର ଝିଅମାନଙ୍କୁ ବଦନାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । କେବଳ ଛାତ୍ରମାନେ ନୁହଁନ୍ତି, କଲେଜର ଅଧ୍ୟକ୍ଷ ମଧ୍ୟ ଏହା ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଏହାସହ ସେ ପ୍ରକୃତ ଦୋଷୀଙ୍କୁ ଖୋଜି ତାକୁ ଦଣ୍ଡିତ କରିବା ପାଇଁ ସେ ଦାବି ରଖିଛନ୍ତି । ତେବେ କେବେ ପ୍ରକୃତ ଦୋଷୀକୁ ଧରି ଦଣ୍ଡ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ବୟଫ୍ରେଣ୍ଡ ନଥିଲେ କଲେଜ ମନା ।
