ଯାଜପୁର, ବ୍ୟାସନଗର11/01/2024: ବ୍ୟାସନଗରର ସମସ୍ତ ଜନସାଧାରଣଙ୍କୁ ଜଗନ୍ନାଥ ସଂସ୍କୃତି ସହିତ ହୃତପୃତ ଭାବେ ଜଡ଼ିତ କରିବା ଉଦେଶ୍ୟରେ ବ୍ୟାସନଗର ପୌରାଞ୍ଚଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଛି। ଉକ୍ତ ରଥ ଆଜି ୧୯ ୱାର୍ଡ ରୁ ଅରୁନ୍ଧତୀ ପରିଡା ଙ୍କ ନେତୃତ୍ୱ ରେ ଅର୍ପଣ ରଥ ର ଶୁଭାରମ୍ଭ କରାଯାଇଥିଲା.ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ର ଅଧକ୍ଷା ସଙ୍ଗୀତା ପିଙ୍ଗୁଆ, ବିଜୁ ଜନତା ଦଳ ଜ଼ିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ ଏବଂ ସମସ୍ତ ମା ମାନେ ଓ ଗୁରୁଜନ ମାନେ ଉପସ୍ଥିତ ରହିଥିଲେ.୨୨ ନମ୍ୱର ୱାର୍ଡ଼ ଦେଇ ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ସମସ୍ତ ୨୬ ଟି ୱାର୍ଡରେ ପର୍ଯ୍ୟାୟ କ୍ରମେ ପରିକ୍ରମା କରିବ l ନାମ ସଂକୀର୍ତ୍ତନ ଶଙ୍ଖ, ଘଣ୍ଟ ହୁଳହୁଳି ସହିତ ଘରକୁ ଘର ବୁଲି ପ୍ରତ୍ୟେକ ଗୃହରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି l ଗତ ୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ କରାଯାଇ ବ୍ୟାସ ସରୋବର ର ଜଗନ୍ନାଥ ମନ୍ଦିରରେ ଏକତ୍ରିତ କରାଯିବ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଉପଲକ୍ଷେ ଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପଣ ପାଇଁ ପୁରୀ ଶ୍ରୀମନ୍ଦିରକୁ ପ୍ରେରଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ।
ବ୍ୟାସନଗର ରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ନିମନ୍ତେ ଗଡିଲା ଅର୍ପଣ ରଥ ।
