ଫୋକସ ପ୍ଲସ 5/12/2022(ଉଦଳା): ନଅ ଦଫା ଦାବି ନେଇ କପ୍ତିପଦା ବ୍ଳକ କାର୍ଯ୍ୟାଳୟ ସାମ୍ନାରେ ଧାରଣା ରେ ବସିଛନ୍ତି କପ୍ତିପଦା ଉପଖଣ୍ଡର ବହୁ ଦିବ୍ୟାଙ୍ଗ l ଭିନ୍ନକ୍ଷମ ଭତ୍ତା 500 ଟଙ୍କା କୁ ବୃଦ୍ଧି କରି 5 ହଜାର କରାଯାଉ l ପ୍ରତି ଜନସେବା ଦିବସ ଦିନ ସମସ୍ତ ଭତ୍ତା ପ୍ରଦାନ କରାଯାଉ l ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚିହ୍ନଟ କରି ଆନ୍ତରଦୋୟ ଯୋଜନାରେ ଅନ୍ତର୍ଭୁକ୍ତ କରି 35 କିଲୋ ଚାଉଳ ପ୍ରଦାନ କରାଯାଉ l ଚିହ୍ନଟ କରି ତୁରନ୍ତ ବାସ ଗୃହ ଯୋଗାଇ ଦିଆଯାଉ lତୁରନ୍ତ ଘର ବାଡ଼ି ପଟା ଯୋଗାଇ ଦିଆ ଯାଉ l ଦିବ୍ୟାଙ୍ଗ ମାନଙ୍କୁ ଉଚ୍ଚିତ ମୂଲ୍ୟରେ ସଠିକ ଉପକରଣ ପ୍ରଦାନ କରାଯାଉ l ଭିନ୍ନକ୍ଷମ ମାନଙ୍କୁ ନେଇ ସୟଂ ସହାୟକ ଗୋଷ୍ଠୀ ଗଠନ କରି ପ୍ରତ୍ସାହନ ରାଶି ପ୍ରଦାନ କରାଯାଉ l ଅଧ୍ୟୟନ କରୁଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଚିହ୍ନଟ କରି ଵାଣିଶ୍ରୀ ଭତ୍ତା ତୁରନ୍ତ ପ୍ରଦାନ କରାଯାଉ l ଆବେଦନ କରିଥିବା ଭିନ୍ନକ୍ଷମ ଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯାଉ l ଏହି ସବୁ ଦାବି କରି ଦିବ୍ୟାଙ୍ଗ ମାନେ ଧାରଣା ରତ ଥିବା ବେଳେ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି l
