ବ୍ରିଜ କାମରେ ମହା ଦୁର୍ନୀତି

ଫୋକସ ପ୍ଲସ(ପଶ୍ଚିମ)୪/୦୯/୨୦୨୨: ଏ ହଉଛି ନର୍ଲା ରୁ ପଲମ ମଧ୍ୟରେ ନିର୍ମାଣ ଚାଲିଥିବା ତିନୋ ତିନୋଟି ବ୍ରିଜ ର ଚିତ୍ର | ସାଲିଙ୍ଗ ଜୋର୍ ବ୍ରିଜ, ଘଷେନ୍ ଜୋର୍ ବ୍ରିଜ ଓ ଆଲିମ୍ ମଙ୍ଗଳା ଜୋର୍ ବ୍ରିଜ କାମରେ ମହା ଦୁର୍ନୀତି ର ଅଭିଯୋଗ |ଦୁର୍ନୀତି ଏତେ ଯେ ଏ କଥା ନ କହିବା ଭଲ |ଦୀର୍ଘ ଦୁଇ ବର୍ଷ ରୁ ଚାଲିଛି ଏହି ତିନୋଟି ବ୍ରିଜ କାମ |ତିନୋଟି ବ୍ରିଜ ମଧ୍ୟରୁ ଗୋଟିଏ ବ୍ରିଜ ର କାମ ସରିଯାଇଥିବା ବେଳେ ଦୁଇଟି ବ୍ରିଜର କାମ ଏଯାଏଁ ସରିପାରି ନାହିଁ |ଜେଇଙ୍କ ଅନୁପସ୍ଥିତି ରେ ଚାଲିଛି କାମ |କୌଣସି ବ୍ରିଜ ନିକଟରେ ଲଗିନାହି ଗୋଟିଏ ବି ସୂଚନା ଫଳକ |ବ୍ରିଜର କେତେକ ସ୍ଥାନରେ ବିନା ଆଇଏସଆଇ ମାର୍କାର ରଡ ବ୍ୟବହାର କରାଯାଉଥିବା ବି ଅଭିଯୋଗ ହଉଛି l ଫଳସ୍ୱରୂପ କାମ ନ ସରୁଣୁ ବ୍ରିଜ ର ଜାଗା ଜାଗାରେ ହେଲାଣି ଫାଟ | ଯେଇ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଜନସାଧାରଣଙ୍କ ଅର୍ଥ କୁ କିଭଳି ଧୂଳିସାତ କରାଯାଉଛି ଥରେ ନଜର ପକାନ୍ତୁ ଏହି ଗାଡୱାଲ୍ ଉପରେ |ଠିକ୍ ଭାଗ ମାପ ରେ ବାଲି ଗୋଡ଼ି ସିମେଣ୍ଟ ମିଶ୍ରଣ ହେଉ ନ ଥିବ ଅଭିଯୋଗ ହେଉଛି |ଗାଡୱାଲ୍ ରେ ହାତ ମାରିଲେ ଅନେକ ସ୍ଥାନରୁ ମେଟାଲ ବାହାରି ପଡିବା ସହ ସିମେଣ୍ଟ ବି ଝଡି ପଡୁଛି |କମ ସିମେଣ୍ଟ ରେ ଅଧିକା ବାଲି ମେସେଇ ଏଠି ଠିକାସଂସ୍ଥା କରୁଛି କାମ lଭବାନୀପାଟଣା ର ବହୁବଳି ଠିକାଦାର ରଞ୍ଜନ କୁମାର ସାହୁ ଟେଣ୍ଡର ହାତେଇ କରୁଛନ୍ତି ଏହି ତିନୋଟି ବ୍ରିଜ ର କାମ |ଠିକାଦାର ଟେଣ୍ଡର ପାଇଛନ୍ତି ସତ ହେଲେ ସମ୍ପୂର୍ଣ୍ଣ କାମ ଚାଲିଛି ମେଟ୍ ମୁନସୀ ଙ୍କ ଜରିଆରେ |ଜେଇଙ୍କ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ରହିଛି ଏ ଠିକା ସଂସ୍ଥା ର ମାଲିକ ମାନଙ୍କ ଉପରେ |ଏକ୍ସପେରି ସିମେଣ୍ଟ ରେ ଚାଲିଛି ବ୍ରିଜ ଓ ଗାଡୁଆଲ ର କଂକ୍ରିଟ କାମ l ମନ୍ଥର ଗତିରେ ଚାଲିଥିବା କାମ ଯୋଗୁ ବର୍ଷା ପାଣିରେ ଷ୍ଟିଲ ମାନଙ୍କରେ ଜର ଲାଗି ଖରାପ ହେବାକୁ ବସିଲାଣି| ହେଲେ ଏ ସବୁ ଉପରେ ବିଭାଗ ର ନଜର ପଡ଼ିବ ବା କାହିଁକି ?ନିମ୍ନ ମାନର କାମ କରି ସରକାରୀ ରାଜସ୍ୱ କୁ ଲୁଟ କରୁ ହାଜର ହଜାର ଜନ ସାଧାରଣଙ୍କ ଜୀବନ କୁ ସଙ୍କଟ ରେ ପକାଉଛନ୍ତି ଏ ବାବୁ ମାନେ | ମେଟ୍ ମୁନସୀ ମାନଙ୍କୁ ଜରିଆରେ ଏଭଳି କାର୍ଯ୍ୟ ଚଲାଇଛନ୍ତି ବାବୁ ରଞ୍ଜନ ସାହୁ |ଏ ବଡ଼ ବାଡ଼ିଆ ବାବୁ ମାନଙ୍କ ପ୍ରତି କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ରହିଥିବା ଲୋକେ ଅଭିଯୋଗ କରୁଛନ୍ତି |ନିମ୍ନ ମାନ ର କାମ କିଛି ଦିନ ତଳେ କରାଯାଇଥିବା ପିଚୁ ବି ଫାଟି ଆଁ କଲାଣି |ଏଣୁ ଏହାର ତୁରନ୍ତ କରି ପ୍ରଶାସନ ଏ ଦିଗର ତଦନ୍ତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଛି |

 

ପଶ୍ଚିମ ରୁ ରଞ୍ଜନ କୁମାର ମହାନ୍ତି ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *